ରାଜଧାନୀରେ ଭିଡ଼ ହ୍ରାସ ନିମନ୍ତେ ୭ ହଜାର କୋଟିର ଯୋଜନା, ଡିପିଆର ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀରେ ଭିଡ଼ କମାଇବାକୁ ୭ହଜାର କୋଟିର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ହୋଇଥିବା ଯୋଜନା ଅନୁଯାୟୀ ଜୟଦେବ ବିହାର-ନନ୍ଦନକାନନ ଯାଏଁ ଏଲିଭେଟେଡ କରିଡର ହେବ। ସୁନ୍ଦରପଦାରୁ ଜଟଣୀ ରାସ୍ତାର ପ୍ରଶସ୍ତିକରଣ କରାଯିବ। କଳ୍ପନା, ମ୍ୟୁଜିୟମ ଓ ଶିଶୁଭବନ ଛକରେ ୩ଟି ଫ୍ଲାଏଓଭର ବ୍ରିଜ ନିର୍ମାଣ ହେବ।
ଏହାସହିତ ରାଜଧାନୀରେ ୬୪ କିମି ବିଶିଷ୍ଟ ଏକ ଇନର ରିଂରୋଡ ନିର୍ମାଣ କରାଯିବ। ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ୬ ଲେନ ରାସ୍ତା ହେବ। ଭୁବନେଶ୍ୱର ସମ୍ପ୍ରସାରଣ ପାଇଁ ଆଉଟଡୋର ରିଂରୋଡ ଯୋଜନା ପ୍ରସ୍ତୁତ ହୋଇଛି। ୧୪୮ କିଲୋମିଟର ରିଂରୋଡ ୬ ଲେନ ହେବା ସହ ୨ଟି ସର୍ଭିସ ରୋଡ ରହିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି। ନୂଆ ଯୋଜନାର ଡିପିଆର ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
Comments are closed.