www.samajalive.in
Sunday, December 7, 2025
14.1 C
Bhubaneswar

କଟକ ନୟାସଡକ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍, ସମସ୍ତ ଅଭିଯୁକ୍ତ ଅଟକ

କଟକ : କଟକ ନୟାଗଡସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ ୨୦ କୋଟି ଲୁଟ୍‌ର ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍‌ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।

- Advertisement -

ସୂଚନାଯୋଗ୍ୟ ନଭେମ୍ବର ୨୦ ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । ୩୯ କିଲୋ ୫୦୦ ଗ୍ରାମ୍ ସୁନା ଲୁଟ୍ ହୋଇଥିବା ନେଇ ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଥିଲେ ଆଇଆଇଏଫ୍‌ଏଲ୍ କର୍ତ୍ତୃପକ୍ଷ । ଲୁଟ୍‌ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହୋଇଥିବା ସୂଚନା ମିଳିଥିଲା। ଲୁଟ୍‌ ଘଟିବା ପରେ କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ  କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories