BJD Bijuli 480×75 Mob

ରେଲୱେ: ୯୦ ହଜାର ନୁହେଁ ୧ ଲକ୍ଷ ୧୦ ହଜାର ପଦରେ ନିଯୁକ୍ତି ସୁଯୋଗ

BJD Bijuli 480×75 Mob
0

ନୂଆଦିଲ୍ଲୀ: ୯୦ ହଜାର ପଦରେ କର୍ମଚାରୀ ନିଯୁକ୍ତି ନେଇ ରେଲୱେ ନିଯୁକ୍ତି ବୋର୍ଡ ତରଫରୁ ଗତ ଫେବୃଆରୀରେ ବିଜ୍ଞାପନ ପ୍ରକାଶ ପାଇଥିଲା। ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ ବର୍ଗର ବିଭିନ୍ନ ପଦ ପାଇଁ ଆବେଦନ କରିବା ନିମନ୍ତେ ଆଉ ମାତ୍ର ଦୁଇ ଦିନ ରହିଛି। ସମ୍ବଦ୍ଧିତ ପଦଗୁଡ଼ିକ ଉପରେ ଆବେଦନ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ରହିଛି। ତେବେ ଖାଲିପଡ଼ିଥିବା ପଦ ୯୦ ହଜାର ନୁହେଁ ୧ ଲକ୍ଷ ୧୦ ହଜାର ହେବ ବୋଲି ଏ ସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟ୍ୱିଟରରେ ଜଣାଇଛନ୍ତି।
ରେଳମନ୍ତ୍ରୀଙ୍କ ତରଫରୁ ସେୟାର କରାଯାଇଥିବା ପୋଷ୍ଟ ଅନୁସାରେ, ୯ ହଜାରରୁ ଅଧିକ ନିଯୁକ୍ତି ଆରପିଏଫ ଓ ଆରପିଏସ୍‍ଏଫରେ ହେବ। ସେହିପରି ଏଲ-୨ରେ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ରହିଛି। ଆରପିଏଫ ଓ ଆରପିଏସଏଫ ପାଇଁ ଅଧିସୂଚନା ୧୯-୨୫ ମେ’ ୨୦୧୮ ରୋଜଗାର ସମାଚାର ପତ୍ରିକାରେ ପ୍ରକାଶ ପାଇବ।
ଗ୍ରୁପ୍‍ ଡି ବୟସ ସୀମା ୨ ବର୍ଷ ବଢ଼ାଇ ୩୦ ବର୍ଷ କରିଛି ରେଳ ବିଭାଗ। ଲୋକୋ ପାଇଲଟ ଓ ଟେକନିସିଆନ ବୟସ ସୀମା ୩୦ ବର୍ଷ ରହିଥିବାବେଳେ ଲେବୁଲ-୧ ପଦ ପାଇଁ ୨ ବର୍ଷ ବଢ଼ି ୩୩ ବର୍ଷ ବୟସ ସୀମା ରଖାଯାଇଛି।

Leave A Reply