www.samajalive.in
Saturday, December 6, 2025
15.1 C
Bhubaneswar

ରାଜସ୍ଥାନର ଦ୍ୱିତୀୟ ବିଜୟ: ୧୨ ରନରେ ହାରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଆଇପିଏଲରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ । ୯ମ ଲିଗ୍‍ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୨ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ରିୟାନ ପରାଗଙ୍ଗ ଧୂଆଁଦାର ବ୍ୟାଟିଂ ବଳରେ ବିଜୟ ହୋଇଛି ରାଜସ୍ଥାନ ରୟାଲ୍ସ । ୪୫ଟି ବଲରୁ ୮୪ରନ କରିଥିବା ରିୟାନ ପରାଗ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୫ୱିକେଟରେ ୧୮୫ ରନ କରିଥିଲା । ଜବାବରେ ଦିଲ୍ଲୀ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୭୩ରନ କରିପାରିଥିଲା । ବିଜୟୀ ରାଜସ୍ଥାନ ପକ୍ଷରୁ ନାନ୍ଦ୍ରେ ବର୍ଜର ଓ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories