www.samajalive.in
Saturday, December 6, 2025
15.1 C
Bhubaneswar

ସାବୁନ୍‍ ମୂଲ୍ୟ ୨ଲକ୍ଷ ୩୩ହଜାର ଟଙ୍କା !

୧୫୦୦ ସମୟରୁ ଲେବାନନ୍‌ ତ୍ରିପୋଲିରେ ଥିବା ସାବୁନ କାରଖାନା ‘ବଦର୍ ହାସେନ୍ ଆଣ୍ଡ ସନ୍ସ’ଦ୍ବାରା ନିର୍ମିତ ହାତତିଆରି ସାବୁନ, ସୁଗନ୍ଧିତ ତୈଳର ଆଦର ଗ୍ରାହକ ମହଲରେ ରହିଛି। ଏବେ ଦୁବାଇ, ଲଣ୍ଡନରେ ଥିବା କେତୋଟି ହାତଗଣତି ଦୋକାନରେ ଏହି କମ୍ପାନୀ ସାବୁନ୍, ଅତର, ତୈଳ ଆଦି ବିକ୍ରି ହେଉଛି। ବର୍ତ୍ତମାନ ବଦର୍ ହାସେନ୍ କମ୍ପାନୀ ମହଙ୍ଗା ସାବୁନ ତିଆରି କରିବା ସହିତ ବିଶ୍ବସ୍ତରରେ ନାମୀଦାମୀ ବ୍ୟକ୍ତିଙ୍କୁ ଉପହାର ଭାବେ ଏହି ସାବୁନ୍, ଅତର ଆଦି ଉପହାର ଭେଟି ଦିଆହେଉଛି। ନିକଟରେ କାତର୍‌ବାସିନ୍ଦା ଜଣେ ଶିଳ୍ପପତିଙ୍କ ପତ୍ନୀଙ୍କୁ ବଦର୍‌ ହାସେନ୍‌ର ସବୁଠୁ ମହଙ୍ଗା ସାବୁନ ଉପହାର ଭାବେ ଦିଆଯାଇଛି, ଯାହାର ମୂଲ୍ୟ ୨ଲକ୍ଷ ୩୩ହଜାର ଟଙ୍କା ବୋଲି କହିଛନ୍ତି କମ୍ପାନୀ ମୁଖ୍ୟ। ଏହି ସାବୁନରେ ତରଳ ସୁନା ଓ ହୀରା ଗୁଣ୍ଡକୁ ବ୍ୟବହାର କରାଯାଇଥିବାରୁ ଦର ଏତେ ଚଢ଼ା। ଏଭଳି ମହଙ୍ଗା ସାବୁନକୁ ହଲିଉଡର ଜଣେ ଅଭିନେତ୍ରୀ ବ୍ୟବହାର କରିବା ପରେ କହିଥିଲେ ଯେ ସୁନା ଓ ହୀରା ସାବୁନରେ ମିଶ୍ରିତ ଅବସ୍ଥାରେ ଥିବାରୁ ତାହା ବେଶ୍ ଶକ୍ତ। କମ୍ପାନୀ ମୁଖ୍ୟ ଏ ସଂକ୍ରାନ୍ତରେ ଯୁକ୍ତି କରିଛନ୍ତି ଯେ ସାବୁନ ବାହାରକୁ ଶକ୍ତ ଦେଖାଯାଉଥିଲେ ମଧ୍ୟ ତାହା ତ୍ବଚାକୁ କୋମଳତା ପ୍ରଦାନ କରେ। ୧୮ ଗ୍ରାମ୍ ସାବୁନରେ ସୁନା, ହୀରା ଗୁଣ୍ଡ ବ୍ୟତୀତ ଅଲିଭ ତେଲ, ମହୁ ଓ ଖଜୁରି କୋଳି ବ୍ୟବହାର କରାଯାଇଛି। କମ୍ପାନୀ ମୁଖ୍ୟ ଏନ୍.ହାସେନ୍ କହିଛନ୍ତି, ଏହା କେବଳ ଦୁନିଆର ସବୁଠାରୁ ମହଙ୍ଗା ସାବୁନ୍ ନୁହେଁ, ଏପରି ସାବୁନ୍‌ ତ୍ବଚାରେ ଲଗାଇଲେ ପ୍ରକୃତରେ ବିଶେଷ ଭାବେ ମଣିଷ ଉପରେ ମାନସିକ ଏବଂ ଆଧ୍ୟାତ୍ମିକ ପ୍ରଭାବ ପକାଇଥାଏ। ପ୍ରତି ବର୍ଷ ଏହି ମହଙ୍ଗା ସାବୁନ ତିଆରି ପାଇଁ ସେମାନଙ୍କ ପାଖକୁ ୩-୪ହଜାର ବରାଦ୍ ଆସୁଥିବା ପ୍ରକାଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories