ଭୁବନେଶ୍ବର : ରୟାଲ ଏନଫିଲ୍ଡ ଏବେ ଇଲେକ୍ଟ୍ରିକ୍ କ୍ଷେତ୍ରରେ ବଡ ପଦକ୍ଷେପ ଉଠାଇବାକୁ ଯାଉଛି । ନିକଟରେ ଚେନ୍ନାଇ ରାସ୍ତାରେ ରୟାଲ ଏନଫିଲ୍ଡ ଇଲେକ୍ଟ୍ରିକ୍ କ୍ରୁଜର ଏଫଏଫ୍ ସି୬କୁ ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଥିଲା । ଏହାକୁ ପ୍ରଥମ ଥର ଗତବର୍ଷ EICMA ଶୋରେ ପ୍ରଦର୍ଶିତ କରାଯାଇଥିଲା । ୨୦୨୬ ମସିହା ପ୍ରଥମ ତ୍ରୈମାସିକ ମଧ୍ୟରେ ଏହା ଲଞ୍ଚ୍ ହେବା ଆକଳନ କରାଯାଉଛି ।
ଏହି ବାଇକ୍ ପୁରୁଣା ସମୟର ରୟାଲ ଏନଫିଲ୍ଡ ଫ୍ଲାଇଂ ଫ୍ଲି ଉପରେ ଆଧାରିତ । ଗୋଲ୍ ହେଡଲ୍ୟାମ୍ପ, ଗିର୍ଡର ଫୋର୍କ୍ସ ଓ କ୍ଲାସିକ୍ ରିୟର ଭ୍ୟୁ ମିରର ଏହାର ରେଟ୍ରୋ ଲୁକକୁ ଅଧିକ ଖାସ୍ କରୁଛି । ବାଇକକୁ ବହୁତ ସିମ୍ପଲ ଏବଂ କ୍ଲାସିକ୍ ରଖାଯାଇଛି । ଏଥିରେ ମିଳୁଥିବା ୧୯ ଇଞ୍ଚର ଆଲୟ ହ୍ବିଲ୍ସ ଓ କ୍ଲାସିକ୍ ଫେଣ୍ଡର୍ସ ସହିତ ଏହି ବାଇକ୍ ବହୁତ ଦମଦାର ଲାଗୁଛି । ଏଥିରେ ଆରାମଦାୟକ ସିଟ୍ ମିଳିବ ଯାହା ଯାତ୍ରା ସମୟରେ ଉତ୍ତମ ଅନୁଭୂତି ପ୍ରଦାନ କରିବ ।
ଯଦିଓ କମ୍ପାନୀ ଏହାର ସମ୍ପୂର୍ଣ୍ଣ ସୂଚନା ଦେଇନି ତେବେ ଏହାର କ୍ଷମତା ଏକ ୨୫୦ ସିସିରୁ ୩୫୦ ସିସି ପେଟ୍ରୋଲ ବାଇକ୍ ସହିତ ସମାନ ହେବ । ଥରେ ଚାର୍ଜ କଲେ ଏହାକୁ ୧୦୦ରୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । କମ୍ପାନୀ ଏଥିରେ ୪-୫ କିଲୋଓ୍ବାଟର ବ୍ୟାଟେରୀ ପ୍ୟାକ୍ ଦେଇପାରେ । ଉଭୟ ଚକରେ ଡିସ୍କ ବ୍ରେକ୍ ଓ ଡୁଆଲ ଚ୍ୟାନେଲ ଏବିଏସ୍ ଷ୍ଟାଣ୍ଡାର୍ଡ ଫିଚର ରହିବ । ବ୍ଲୁଟୁଥ୍ ସପୋର୍ଟ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ୍ ମିଳିବ ।



