www.samajalive.in
Sunday, December 7, 2025
23.1 C
Bhubaneswar

୧୦୦ କିଲୋମିଟର ଚାଲିଲା ମହାବଳ ବାଘ

କୋଲକାତା: ପ୍ରାକୃତିକ ପରିବେଶ ଧ୍ୱଂସ କାରଣରୁ ଅନେକ ସମୟରେ ଜଙ୍ଗଲି ପଶୁଗୁଡିକ ଜନବସତି ମଧ୍ୟକୁ ପଶିଆସି ଅନେକ ଧନ ଜୀବନ ନଷ୍ଟ କରିବାରେ ଲାଗିଛନ୍ତି। ସେମାନଙ୍କ ଗତିବିଧି ଉପରେ ସବୁ ସମୟରେ ନଜର ରଖିବା ସମ୍ଭବ ହେଉନାହିଁ। ତେବେ ଏକ ମହାବଳ ବାଘର ଗତିବିଧି ଜାଣିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ତାହା ଶରୀରରେ ରେଡିଓ କୋଲାର ଖଞ୍ଜାଯାଇଥିଲା। ପରବର୍ତ୍ତୀ ସମୟରେ ଯାହା ଘଟିଲା, ତାହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହେବେ। ସେହି ବାଘଟି ଭାରତ ପଟୁ ନଦୀ, ନାଳ ଡେଇଁ ପାଖାପାଖି ୧୦୦ କିଲୋମିଟର ଯାତ୍ରା କରିବା ପରେ ତାକୁ ବାଂଲାଦେଶ ମଧ୍ୟରେ ଠାବ କରାଯାଇଛି।
ଜଣାଯାଇଛି ଯେ ଜଙ୍ଗଲ ବିଭାଗ କର୍ମଚାରୀମାନେ ପଶ୍ଚିମବଙ୍ଗର ସୁନ୍ଦରବନ୍ଦ ଅଞ୍ଚଳରେ ଏକ ମହାବଳ ବାଘ ଦେହରେ ରେଡିଓ କୋଲାର ଖଞ୍ଜିଥିଲେ। ଏହା ପରବର୍ତ୍ତୀ ସମୟରେ ବାଘଟି ସୁନ୍ଦରବନ ମଧ୍ୟଦେଇ ବାଂଲାଦେଶ ଆଡକୁ ଯାତ୍ରା ଆରମ୍ଭ କରିଥିଲା। ପାଖାପାଖି ଚାରିମାସ କାଳ ଚାଲିବା ପରେ ୧୦୦ କିଲୋମିଟର ଦୂରତା ଅତିକ୍ରମ କରି ସେ ବାଂଲାଦେଶ ମଧ୍ୟରେ ଥିବା ସୁନ୍ଦରବନରେ ପ୍ରବେଶ କରିଥିଲା। ତାହାର ଯାତ୍ରା ପଥରେ ଉକ୍ତ ମହାବଳ ବାଘ ଏକାଥିକ ଛୋଟ ବଡ ନଦୀ ଅତିକ୍ରମ କରିଥିଲା। ସେଥିମଧ୍ୟରୁ କିଛି ନଦୀର ପ୍ରସ୍ଥ ଏକ କିଲୋମିଟରରୁ ମଧ୍ୟ ଅଧିକ। ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ ଉକ୍ତ ବାଘକୁ ବସିରହାଟ ରେଞ୍ଜ ଅଧୀନରେ ହରିଖାଲି କ୍ୟାମ୍ପ ବିପରୀତ ପାଶ୍ୱର୍ରେ ଥିବା ହରିଣଭଙ୍ଗା ଜଙ୍ଗଲରେ ଧରାଯାଇଥିଲା। ତାହା ଦେହରେ ରେଡିଓ କୋଲାର ଖଞ୍ଜିବାପରେ ଜଙ୍ଗଲ ବିଭାଗ କର୍ମଚାରୀ ତାକୁ ପୁଣି ଜଙ୍ଗଲ ମଧ୍ୟରେ ୨୦୨୦ ଡିସେମ୍ବର ୨୭ରେ ଛାଡି ଦେଇଥିଲେ। ଭାରତୀୟ ସୀମାରେଖା ମଧ୍ୟରେ ତାହା କିଛିଦିନ ବୁଲାଚଲା କରିବା ପରେ ସେ ବାଂଲାଦେଶର ସୁନ୍ଦରବନରେ ତଳପଟ୍ଟି ଦ୍ୱୀପ ଆଡକୁ ମୁହାଁଇଥିଲା। ତାହା ଦେହରେ ଲାଗିଥିବା ରେଡିଓ କୋଲାର ସଙ୍କେତ ପଠାଇବା ବନ୍ଦ କରିଦେବା ବେଳକୁ ଉକ୍ତ ବାଘ ଭାରତର ସୁନ୍ଦରବନ ପଟେ ଥିବା ହରିନଭଙ୍ଗା ଓ ଖଟୁଆଝୁରି ଏବଂ ବାଂଲାଦେଶ ସୁନ୍ଦରବନ ଅଞ୍ଚଳରେ ଥିବା ତଳପଟ୍ଟି ଦ୍ୱୀପ ଅତିକ୍ରମ କରିସାରିଥିଲା। ଏହାର ଅବସ୍ଥିତି ଶେଷଥର ପାଇଁ ମଇ ୧୧ ତାରିଖରେ ତଳପଟ୍ଟି ଦ୍ୱୀପରେ ଠାବ କରାଯାଇଥିଲା। ସେବେଠାରୁ ତାହା ବାଂଲାଦେଶ ପଟେ ସୁନ୍ଦରବନ ମଧ୍ୟରେ ବିଚରଣ କରୁଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories