www.samajalive.in
Saturday, December 6, 2025
14.1 C
Bhubaneswar

ଡକାୟତି ଯୋଜନା ପଣ୍ଡ ; ୩ ଗିରଫ

ରାଉରକେଲା :  ରାଉରକେଲା ପୁଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛି। ଏହି ଘଟଣା ସମ୍ପର୍କରେ ପୁଲିସ ଆଜି ସୂଚନା ଦେଇଛି। ପୁଲିସର ସୂଚନା ଅନୁସାରେ ଗତକାଲି ଅର୍ଥାତ ବୁଧବାର ରାତିରେ ସହରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଡକାୟତି କରିବାକୁ ଯୋଜନା କରୁଥିବା ଦଳକୁ ପ୍ଲାଣ୍ଟସାଇଟ ପୁଲିସ ଗିରଫ କରିଥିଲା  । ଗିରଫ ଡକାୟତଙ୍କ ନିକଟରୁ ୪ ଟି ପିସ୍ତଲ , ୩୨ ରାଉଣ୍ଡ ଜୀବନ୍ତ ଗୁଳି , ୨ ଟି ବମ , ୨ ଟି ଖଣ୍ଡା ଏବଂ ଗୋଟିଏ କାର ଜବତ କରାଯାଇଛି।
ରାଉରକେଲା ବିଶ୍ରା- ବନ୍ଧମୁଣ୍ଡା ରାସ୍ତାର ଫଟାପାଇପ ନିକଟରେ ଏକ କାରରେ ଏହି ଡକାୟତ ମାନେ ଅପରାଧ କରିବାକୁ ଯାଉଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଧରା ପଡିଥିବା ତିନିଜଣ ଡକାୟତ ମାଲଗୋଦାମ ରୋଡ଼ର ମହମ୍ମଦ ପରବେଜ , ଗୁରୁଦ୍ୱାର ରୋଡର ପ୍ରମୋଦ ଶ୍ରୀବାସ୍ତଵ ଏବଂ ଶମ୍ଭୁରାମଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧିକ ମାମଲା ଥିବା ଜଣା ପଡ଼ିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି। ତିନିଜଣ ଡ଼କାୟତଙ୍କୁ ଆଜି ଅଦାଲତ ଚାଲାଣ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories