www.samajalive.in
Saturday, December 6, 2025
23.1 C
Bhubaneswar

୪ ବର୍ଷ ପରେ ଫେରୁଛନ୍ତି କମଲ ହାସନ: ରିଲିଜ ହେଲା ‘ବିକ୍ରମ’ର ହିନ୍ଦୀ ଟ୍ରେଲର

ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେତାରକା କମଲ ହାସନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବିକ୍ରମ’ର ତାମିଲ ଟ୍ରେଲର ନିକଟରେ ରିଲିଜ୍‌ ହୋଇଥିଲା। ଏବେ ଏହାର ଟ୍ରେଲରକୁ ହିନ୍ଦୀରେ ମଧ୍ୟ ରିଲିଜ୍ କରାଯାଇଛି। ପ୍ରଶଂସକ ଏହି ଫିଲ୍ମକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ଏବଂ ବର୍ତ୍ତମାନ ସମୟରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହିନ୍ଦୀ ଭର୍ସନକୁ ଦର୍ଶକଙ୍କ ବହୁତ ଭଲ ପ୍ରତିକ୍ରିୟା ମିଳୁଛି। ତେଣୁ ଅଧିକାଂଶ ଫିଲ୍ମକୁ ତାମିଲ ସହ ହିନ୍ଦୀରେ ମଧ୍ୟ ମୁକ୍ତିଲାଭ କରାଯାଉଛି। ଏଥିପାଇଁ ନିର୍ମାତା ହିନ୍ଦୀ ଦର୍ଶକଙ୍କୁ ଦୃଷ୍ଟିରେ ରଖି ‘ବିକ୍ରମ’ର ଟ୍ରେଲରକୁ ମଧ୍ୟ ହିନ୍ଦୀରେ ରିଲିଜ୍‌ କରିଛନ୍ତି। ଏଥିରେ ଆକ୍ସନ ସାଙ୍ଗକୁ ଜବରଦସ୍ତ ସଂଳାପ ରହିଛି। ଦୀର୍ଘ ୪ ବର୍ଷ ପରେ ଦର୍ଶକ ପୁଣି କମଲ ହାସନକୁ ପରଦାରେ ଦେଖିବାକୁ ପାଇବେ, ସେ ପୁଣି ଆକ୍ସନ ଅବତାରରେ।

‘ବିକ୍ରମ’ରେ କମଲ ହାସନଙ୍କ ବ୍ୟତୀତ ବିଜୟ ସେତୁପତି, ଫହଦ ଫାସିଲଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ଦେଖିବାକୁ ମିଳିବ। ଏଥିସହ ଅଭିନେତା ସୂର୍ଯ୍ୟା ଫିଲ୍ମରେ ଅତିଥି କଳାକାର ଭାବେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଲୋକେଶ କନଗରାଜଙ୍କ ଦ୍ବାରା ଲିଖିତ ଓ ନିର୍ଦେଶିତ ଏହି ଆକ୍ସନ ଥ୍ରୀଲର ଚଳଚ୍ଚିତ୍ରକୁ ‘ରାଜ କମଲ ଫିଲ୍ମ୍‌ସ ଇଣ୍ଟରନେସନାଲ’ ବ୍ୟାନରରେ ନିର୍ମାଣ କରାଯାଇଛି। ଜୁନ୍‌ ୩ ତାରିଖରେ ପରଦାକୁ ଆସିବ ‘ବିକ୍ରମ’।

- Advertisement -

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories