ରାଉରକେଲା : ରାଉରକେଲା କୁଆଁରମୁଣ୍ଡା ବ୍ଲକ ସାନଡୋଲା କୁଦର ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି। ସମ୍ପୃକ୍ତ ଘଟଣାରେ ଗୁରୁବାର ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଶିକାରୀର ନାମ ରୁପୁ ବାରଲା ଓ ସେ ପିତାମହଲ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ରୁପୁ ଠାରୁ ବିଭିନ ଶିକାର ଉପକରଣ ଜବତ କରାଯାଇଛି।
ସୂଚନା ଯୋଗ୍ୟ, ଗତ ୧୨ତାରିଖ ଦିନ ରାଉରକେଲା କୁଆଁରମୁଣ୍ଡା ବ୍ଲକ ସାନଡୋଲା କୁଦର ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ଆଜି ଶିକାରୀ ଗିରଫ ହେବା ପରେ ତା’ ସହ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ତଦନ୍ତ କରାଯାଉଥିବା ରାଉରକେଲା ବନ ବିଭାଗ ଅଧିକାରୀ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି । ଉକ୍ତ ଶିକାରୀକୁ ଧରିବା ପାଇଁ ୪ଟି ଟିମ ନିୟୋଜିତ ହୋଇଥିଲା। ଶିକାରୀ ଘରୁ ହରିଣ ସିଙ୍ଗ, ବନ୍ୟ ପ୍ରାଣୀ ଧରିବା ପାଇଁ ଫାସ ଜବତ କରାଯାଇଥବା ଶ୍ରୀ ସ୍ୱାଇଁ କହିଛନ୍ତି।
ହାତୀ ଛୁଆ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ; ଶିକାରୀ ଗିରଫ
Popular Categories



