www.samajalive.in
Sunday, December 7, 2025
26.1 C
Bhubaneswar

ନରମ ଓ ସ୍ୱାଦିଷ୍ଟ ରୁଟି ପାଇଁ ଅଟା ଚକଟା ପ୍ରସ୍ତୁତ କରିବାର ଉପାୟ

ରୁଟି ପ୍ରସ୍ତୁତ କରିବା କୌଣସି କଠିନ କାର୍ଯ୍ୟ ନୁହେଁ। ମାତ୍ର ଏହା କିପରି ଅଧିକ ନରମ ଓ ସମ୍ପୂର୍ଣ୍ଣ ଫୁଲିବା ପାଇଁ ବହୁ ଲୋକେ ଏହାକୁ ୩୦ ମିନିଟ ପାଖାପାଖି ଦଳି ଚକଟା ପ୍ରସ୍ତୁତ କରନ୍ତି। କେହି କେହି ଅଟା ଚକଟିବା ସମୟରେ ଘିଅ କିମ୍ବା ତେଲ ମଧ୍ୟ ମିଶାଇ ଥାଆନ୍ତି। ମାତ୍ର ଏସବୁ ଉପାୟ ବ୍ୟତୀତ କିଛି ଉପାୟ ଦ୍ୱାରା ଆପଣ ଅଟା ଦଳାକୁ ଖୁବ ନରମ କରିପାରିବେ। ଜାଣନ୍ତୁ ଏହା ପାଇଁ କେଉଁ ଟିପ୍ସ ଆପଣେଇବାକୁ ପଡ଼ିଥାଏ।
୨କପ ଅଟା ପାଇଁ ୨କପ ପାଣି ନିଅନ୍ତୁ। ଅଟା ଦଳିବା ସମୟରେ ଏକତ୍ର ସବୁ ପାଣି ପକାନ୍ତୁ ନାହିଁ।
ଅଟାରେ ଅଳ୍ପ ଅଳ୍ପ ପାଣି ପକାଇ ଏହାକୁ ଗୋଳାଇବା ଭଳି ଧିରେ ଧିରେ ଚକଟନ୍ତୁ।
ଚକଟା ହୋଇ ଆସିବା ବେଳକୁ ପାଣିର ମାତ୍ରା କମ କରିଦିଅନ୍ତୁ। ୫ ମିନିଟ ମଧ୍ୟରେ ଦଳା ପ୍ରସ୍ତୁତ ହୋଇଯିବ।
ଆଙ୍ଗୁଠି ସାହାଯ୍ୟରେ କିଛି ସମୟ ଏହି ଦଳାକୁ ଦାବି ଦିଅନ୍ତୁ।
ଏହାପରେ ଅଳ୍ପ ପାଣି ଅଟାଦଳା ଚାରିଆଡ଼େ ଛିଞ୍ଚି ଦିଅନ୍ତୁ।
ଏହି ଚକଟା ଅଟା ଉପରେ ଆଉ ଏକ ଥାଳି ପକାଇ ଘୋଡ଼ାଇ୫ ମିନିଟ ରଖି ଦିଅନ୍ତୁ।
ଏବେ ପୁଣି ଅଟାକୁ ଆଉ ଥରେ ଭଲ ଭାବେ ଦଳି ଦିଅନ୍ତୁ।
ଏପରି ଭାବେ ଅଟା ଚକଟା ପ୍ରସ୍ତୁତ କଲେ ରୁଟି ଖୁବ ନରମ ଓ ସ୍ୱାଦିଷ୍ଟ ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories