ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ଡେଙ୍ଗୁ ସଚେତନତା ଶିବିର

ଡେସ୍କ: ଡେଙ୍ଗୁ ଜ୍ଵରର ଭୟାବହତାକୁ ଦୃଷ୍ଟିରେ ରଖି ରୋଟାରୀ କ୍ଲବ ମହାନଦୀ ପକ୍ଷରୁ ବାଲୁବଜାର ସ୍ଥିତ ବିଶ୍ୱନାଥ ପାଠାଗାର ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଠାଗାରର ସଭାପତି ଚିରଞ୍ଜିବି ଲାଲ ଯୋଶୀ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଆଇନଜୀବୀ ତଥା ସମାଜସେବୀ ପ୍ରଦୀପ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କର୍ପୋରେଟର ଲକ୍ଷ୍ମୀଧର ବେହେରା ସାହେବଜାଦା ବଜାର ଠାରେ ଖୁବ ଶୀଘ୍ର ପରୀକ୍ଷା କେନ୍ଦ୍ର ଖୋଲାଯାଇ ସମସ୍ତ ପରୀକ୍ଷା କରାଯିବ ବୋଲି ସୂଚନା ଦେଇଥିଲେ। ପୂର୍ବତନ କର୍ପୋରେଟର ଅଜୟ ସାହୁ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ।

prayash

ଆୟୋଜିତ ଶିବିରରେ ଡଃ ରାଧେଶ୍ୟାମ ଭାଓସିଂକା ଓ ମିନତୀ ମିଶ୍ର ଉପସ୍ଥିତ ଅଞ୍ଚଳବାସୀଙ୍କୁ ଡେଙ୍ଗୁ ଜ୍ଵରର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ବୁଝାଇଥିଲେ। ରୋଟାରୀ କ୍ଲବର ସଭାପତି ନଟବର ପଣ୍ଡା ଏହି ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଛାପୋଲିଆ, ଭାଗ୍ୟଶ୍ରୀ, ପୃଥ୍ୱୀରାଜ ସାହୁ, ରବିନାରାୟଣ ଦାସ, ମଥୁରା ସେଠୀ, ଲକ୍ଷ୍ମୀଧର ସେଠୀ, ନରେନ୍ଦ୍ର ସାହୁ, ରିଆଜୁଲ ହକ, ଟିକମ ପୃଷ୍ଟି ଓ ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରୋଟାରୀ କ୍ଲବର ପୂର୍ବତନ ସଭାପତି ରାଜଲକ୍ଷ୍ମୀ ପତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.