ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହୋମ୍‌ ସାଇନ୍ସ ପିଜି ଟପ୍ପର ରୋଜା ଘୋଷ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପିଜି ଟପର ତାଲିକା ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ପିଜି ଛାତ୍ରୀ ରୋଜା ଘୋଷ ହୋମ୍‌ସାଇନ୍ସ ବିଭାଗରେ ଟପ୍ପର ହୋଇଛନ୍ତି। ହୋମ୍‌ ସାଇନ୍ସ ପିଜି ପରିକ୍ଷାରେ ସେ ୮.୭୫ ଏସ୍‌ଜିପିଏ ବା ୮୧.୩୬% ନମ୍ବର ରଖିଛନ୍ତି। ଦିନକୁ ୧୦ ରୁ ୧୨ ଘଣ୍ଟା ପରିଶ୍ରମ କରି ଏହି ସଫଳତା ହାସଲ କରିଥିବା ରୋଜା ଘୋଷ ଗବେଷଣା କ୍ଷେତ୍ରରେ କ୍ୟାରିୟର କରିବେ ବୋଲି ପ୍ରକାଶ କରିଛନ୍ତି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୨୦୧୮ରେ ୧୧୫୭ ନମ୍ବର ରଖି ୟୁଜି ଟପ୍ପର ହୋଇଥିଲେ। ଗଞ୍ଜାମ ଜିଲା ମର୍ଦକୋଟ ଗ୍ରାମ ନିବାସୀ ସୁକୁରିଆ ଘୋଷ ଓ ଶାନ୍ତିଲତା ଘୋଷଙ୍କ ଝିଅ ରୋଜା ଘୋଷଙ୍କ ବହୁମୁଖୀ ପ୍ରତିଭା ରହିଛି। ହୋମ୍ ସାଇନ୍ସ ପିଜି ପରୀକ୍ଷାରେ ଟପ୍ପର ହୋଇଥିବା ରୋଜା ଘୋଷଙ୍କୁ କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ସମେତ ଅଧ୍ୟାପକ-ଅଧ୍ୟାପିକ ଓ ତାଙ୍କାର ସାଙ୍ଗସାଥୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments are closed.