ଲିସବନ୍ : ପର୍ତ୍ତୁଗାଲ୍ର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ସଂକ୍ରମିତ ହୋଇଥିବା ପର୍ତ୍ତୁଗାଲ୍ ଫୁଟବଲ ମହାସଂଘ ତରଫରୁ ମଙ୍ଗଳବାର ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି।
୩୫ ବର୍ଷୀୟ ରୋନାଲ୍ଡୋ ଜୁଭେଣ୍ଟ୍ସ ତରଫରୁ କ୍ଲବ ଫୁଟବଲ ଖେଳୁଛନ୍ତି। କରୋନା ସଂକ୍ରମିତ ହୋଇଥିବାରୁ ସେ ୟୁଏଫା ନେସନ୍ସ ଲିଗ୍ରେ ସ୍ବିଡେନ୍ ବିପକ୍ଷ ମ୍ୟାଚ୍ରେ ପର୍ତ୍ତୁଗାଲ୍ ତରଫରୁ ଖେଳିବେ ନାହିଁ। ରୋନାଲ୍ଡୋଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖା ଦେଇ ନାହିଁ। ତେବେ ବର୍ତ୍ତମାନ ସେ ସଙ୍ଗରୋଧରେ ରହିଥିବା ପର୍ତ୍ତୁଗାଲ୍ ଫୁଟବଲ ମହାସଂଘ ତରଫରୁ ଦର୍ଶାଯାଇଛି।
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କରୋନା
Popular Categories



