www.samajalive.in
Friday, December 5, 2025
17.1 C
Bhubaneswar

ଅବିଶ୍ରାନ୍ତ ବର୍ଷା; ଧସିଲା ପାହାଡ଼

ପାତ୍ରପୁର : ଲଘୁଚାପଜନିତ ଲଗାଣ ବର୍ଷାରେ ପାତ୍ରପୁର ବ୍ଲକର ଦୁଇ ପାହାଡ଼ିଆ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ଏହି ଦୁଇ ପଞ୍ଚାୟତର ଏକାଧିକ ଗ୍ରାମ ଭିତରକୁ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକେ ନାହିଁନଥିବା ହୀନସ୍ତାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ଗ୍ରାମରେ ଫସଲ କ୍ଷତି ହୋଇଛି। ଗତ ଚବିଶି ଘଣ୍ଟା ମଧ୍ୟରେ ବାଘଲଟିଠାରେ ୧୭୧ ମିଲିମିଟର ବର୍ଷା ହୋଇଥିବା ବେଳେ ଆଜି ସକାଳଠାରୁ ଅପରାହ୍ନ ୪ଟା ସୁଦ୍ଧା ଆଉ ୬୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପାତ୍ରପୁରଠାରେ ଚବିଶି ଘଣ୍ଟାରେ ୧୧୮.୩ ମିଲିମିଟର ବର୍ଷା ହୋଇଛି।
ଏହି ବ୍ଲକର ପାହାଡ଼ିଆ ଅଞ୍ଚଳରେ ବର୍ଷାର ପ୍ରକୋପ ଅଧିକ ରହିଛି। ଦୁର୍ଗମ ଆଙ୍କୁଲି ପଞ୍ଚାୟତର ବାଘଲଟି ଜଳଭଣ୍ଡାର ଉପର ଅଂଶରେ ଥିବା ଏଲଗଲ ଗ୍ରାମ ଦେଇ ଗତକାଲି ସନ୍ଧ୍ୟାରେ ପାହାଡ ଉପରୁ ପାଣି ପ୍ରବାହିତ ହୋଇଥିବା ବେଳେ ଆଜି ଭୋରରେ ବର୍ଷାଜଳ ସ୍ରୋତ ବୃଦ୍ଧି ପାଇଥିଲା। ତୁହାକୁ ତୁାହା ବର୍ଷା ସାଙ୍ଗକୁ ପାହାଡରୁ
ଜଳସ୍ରୋତ ମାଡି ଆସିବାରୁ ଗ୍ରାମର ବୟୋଜ୍ୟେଷ୍ଠଙ୍କୁ କୃଷ୍ଣଚନ୍ଦ୍ର କାର୍ଜୀ ସମେତ କେତେକ ଯୁବକ ସ୍କୁଲ ଘରକୁ ସ୍ଥାନାନ୍ତର କରିଛନ୍ତି। ଏଲଗଲ ଗ୍ରାମ ନିକଟ ବଣିଆବସା ଗ୍ରାମର ତଳସାହି ନିକଟରେ ବାହୁଦା ନଦୀର ବନ୍ୟା ଜଳ ଆଜି ସକାଳେ ଲହଡି ଭାଙ୍ଗିବାରୁ ଲୋକେ ଭୟରେ ପିଲାଛୁଆ, ଗୃହପାଳିତ ପଶୁପକ୍ଷୀ ଓ ଆସବାବପତ୍ର ଧରି ଅନ୍ୟ ସାହିକୁ ଚାଲି ଯାଇଛନ୍ତି। ଲଗାଣ ବର୍ଷା କାରଣରୁ ଖାଲି ପଡିଥିବା ବାଘଲଟି ଜଳଭଣ୍ଡାରରେ ଜଳଧାରଣ କ୍ଷମତା ହଠାତ ୧୦୨ ମିଟରକୁ ସ୍ପର୍ଶ କରିଛି। ଜଳସ୍ତର ବୃଦ୍ଧି ହେବାରୁ ଜଳଭଣ୍ଡାରରୁ ୨୫ କ୍ୟୁସେକ ବନ୍ୟା ଜଳ ଛଡାଯାଇଛି। ଡାକବାଜି ଯନ୍ତ୍ରରେ ନୀଦକୂଳିଆ ଗ୍ରାମଗୁଡିକରେ ଘୋଷଣା କରାଯିବା ପରେ ଜଳଭଣ୍ଡାରରୁ ଜଳଛଡା ଯାଇଥିବା ନିର୍ବାହୀ ଯନ୍ତ୍ରୀ ସଞ୍ଜୀବକୁମାର ଦାଶଶର୍ମା ସୂଚନା ଦେଇଛନ୍ତି। ଅନବରତ ବର୍ଷା ଫଳରେ ଆଦିବାସୀ ପଞ୍ଚାୟତ ଆଙ୍କୁଲି ରାସ୍ତାର ତାଡକାସାହି-ଚରିୟାବାଡ଼ ମଝିରେ ପାହାଡ଼ ଧସି ଯାତାୟାତ ବନ୍ଦ ରହିଥିଲା। ସେହିପରି ତୁମ୍ବା ବୁରାତାଲ ରାସ୍ତାର ଗୁଜୁଲିଙ୍ଗୀ ନିକଟରେ ପାହାଡ଼ ପାଣି ରାସ୍ତା ଉପରେ ଲହଡି ଭାଙ୍ଗିବାରୁ ରାସ୍ତାଟି ଧୋଇ ଯାଇ ବୁରାତାଲକୁ ଯାତାୟତ ବନ୍ଦ ରହିଛି। ଖବର ପାଇ ପାତ୍ରପୁର ବିଡିଓ ପ୍ରକାଶଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ପୂର୍ତ୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭଗ ଅଧକାରୀଙ୍କ ସହାୟତାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଯାତାୟାତ ପଥ ସୁଗମ କରିଛନ୍ତି। ବର୍ଷା ଫଳରେ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଖଜୁରୀବନ୍ଧ ହିଡ ଭାଙ୍ଗି ଧାନ ଚାଷ ଜମିରେ ମାଡି ଯାଇଛି। ପାହାଡ଼ ଉପରେ ରହିଥିବା ମହାଲିମ୍ବ ସହିତ ବିଭିନ୍ନ ଗ୍ରାମରେ ସଅଳ କିସମ ଧାନ ଫସଲ ବର୍ଷା ପାଣିରେ ଉବୁଟୁବୁ ହେଉଛି। ଏପରିକି ବଗଡ଼ ଫସଲ ମାଣ୍ଡିଆ, ସୁଆଁ, କାଙ୍ଗୁ ପ୍ରଭାବିତ ହେଇଛି। ବୁରାତାଲ ପଞ୍ଚାୟତ ଦୁର୍ଗମ ତାଡ଼ିଙ୍ଗି ଗ୍ରାମର ମୁକୁନ୍ଦ ପ୍ରଧାନ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର କାନ୍ଥରୁ ଦୁଇଦିନ ହେଲା ପାଣି ଝରିବାରୁ ସେମାନେ ଅନ୍ୟତୟ ଆଶ୍ରୟ ନେଇଛନ୍ତି। ଅଞ୍ଚଳର ବିଭିନ୍ନ ନଦୀ ଓ ନାଳରେ ପାଣି ଆସିବା ସହ ପୋଖରୀ ଜଳପୂର୍ଣ୍ଣ ହୋଇଛି। ପଦ୍ମତୋଳା ନାଳ ପାର୍ଶ୍ୱ ଜମିରେ ବର୍ଷା ଜଳ ମାଡି ଯାଇଛି। ପାତ୍ରପୁର, ବାଦପୁର, ଖ।ରିଆଗୁଡ଼ା, ତଣ୍ଡିପୁର, ବଲରାମପୁର, ଗୁଣ୍ଡୁରା ପ୍ରଭୁତି ଗ୍ରାମର ଧାନ ଚାଷଜମି ଜଳାର୍ଣ୍ଣବ ହୋଇପଡିଛି। ବର୍ଷା ତୁହାକୁ ତୁହା ଲାଗି ରହିଥିବାରୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ଉପୁଜିଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories