www.samajalive.in
Friday, December 5, 2025
26.1 C
Bhubaneswar

ନର୍ସିଂହୋମ ଉପରେ ଚଢାଉ

ସମ୍ବଲପୁର: ସମ୍ବଲପୁରର ମାଝିପାଲିରେ ସ୍ଥିତ ଏକ ଘରୋଇ ନର୍ସିଂହୋମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମଙ୍ଗଳବାର ପୂର୍ବାହ୍ନରେ ଚଢାଉ କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ, ଅଶୋକ ନନ୍ଦ ନାମକ ଜଣେ ଆୟୁଷ ଡାକ୍ତର ଏହି ଘରୋଇ ନର୍ସିଂହୋମ ଖୋଲିଥିବା ବେଳେ ଏହାର କାଗଜପତ୍ର ଠିକ ନ ଥିବା ଅଭିଯୋଗ ହୋଇଥିଲା। ଏହା ସହିତ ନର୍ସିଂହୋମ ମାଲିକ ନିଜେ ଆୟୁଷ ଡାକ୍ତର ହୋଇଥିବା ବେଳେ ସେ ଏଲୋପାଥି ଔଷଧ ଲୋକଙ୍କୁ ପ୍ରେସକ୍ରାଇବ କରୁଥିବାର ସଙ୍ଗୀନ ଅଭିଯୋଗ ସ୍ଥାନୀୟ ଅଧିବାସୀ କରୁଛନ୍ତି। ଏଣୁ ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ ଦଳ, ଏକ୍‍ଜିକ୍ୟୁଟିଭ୍‍ ମାଜିଷ୍ଟ୍ରେଟ ଓ ପୁଲିସ ଦଳ ଏହି ଘରୋଇ ନର୍ସିଂହୋମରେ ଚଢାଉ କରିଥିଲେ। ଚଢାଉ ସମୟରେ ନର୍ସିଂହୋମ ମାଲିକ ଅଥବା କେୟାର ଟେକର ଉପସ୍ଥିତ ନ ଥିବା ବେଳେ କୌଣସି ରୋଗୀ ମଧ୍ୟ ସେଠାରେ ନ ଥିଲେ। ତେବେ ଯାଞ୍ଚରେ ଜଣାପଡିଥିଲା ଯେ ନର୍ସିଂହୋମର ପଞ୍ଜିକରଣ ଗତ ୨୦୧୭ ମସିହାରେ ଶେଷ ହୋଇଯାଇଥିବା ବେଳେ ନବୀକରଣ ପାଇଁ ସେହି ସମୟରେ ହିଁ ମାଲିକ ଆବେଦନ କରିବା ସହିତ ଆବଶ୍ୟକୀୟ ଫିସ ମଧ୍ୟ ଦାଖଲ କରିଛନ୍ତି।

ଏ ସର୍ମ୍ପକରେ ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ମହନ୍ତ କହିଛନ୍ତି ଯେ, ଘରୋଇ ନର୍ସିଂହୋମ ତରଫରୁ ୨୦୧୭ରେ ଆବେଦନ କରାଯାଇ ୨୦୨୨ ପର୍ୟ୍ୟନ୍ତ ସରକାରୀ ଦେୟ ପଇଠ କରାଯାଇଛି। କିନ୍ତୁ ଏହା ପରେ ସେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରି ନାହାନ୍ତି। ଏଣୁ ଏବେ ଘରୋଇ ନର୍ସିଂହୋମକୁ ଚିଠି କରାଯାଇ ଏକ ସମୟସୀମା ମଧ୍ୟରେ ପଞ୍ଜିକରଣ ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଦାଖଲ ପାଇଁ ନୋଟିସ ଦିଆଯିବ। ଯଦି ସମୟସୀମା ମଧ୍ୟରେ ଘରୋଇ ନର୍ସିଂହୋମ କର୍ତ୍ତୃପକ୍ଷ କାଗଜପତ୍ର ଦାଖଲ ନ କରିବେ, ତାହା ହେଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡା. ମହନ୍ତ କହିଛନ୍ତି। ଏହି ଚଢାଉ ଅଭିଯାନରେ ଅତିରିକ୍ତ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ମହନ୍ତ, ଏକ୍‍ଜିକ୍ୟୁଟିଭ୍‍ ମାଜିଷ୍ଟ୍ରେଟ ସରୋଜା ବେହେରା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ଶାସନ ଥାନାର ପୁଲିସ ଦଳ ସାମିଲ ହୋଇଥିଲେ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories