www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲ୍‌ ମଝିରେ କ୍ରିକେଟର୍‌ ବଦଳ ପାଇଁ ଫ୍ରାଞ୍ଚାଇଜିଙ୍କ ନିକଟରେ ସୁଯୋଗ

ଦୁବାଇ : ବିସିସିଆଇ ଆନୁକୂଲ୍ୟରେ ୟୁଏଇରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣ ଅଧା ଶେଷ ହୋଇଛି। ଗତବର୍ଷ ଠାରୁ ଲାଗୁ ନୂଆ ନିୟମ (ମିଡ୍‌ ସିଜିନ୍‌ ଟ୍ରାନ୍‌ଫର ୱିଣ୍ଡୋ) ଯୋଗୁଁ ଆଇପିଏଲ୍‌ ଅଧାରୁ ଫ୍ରାଞ୍ଚାଇଜିମାନେ ଚାହିଁଲେ ସହମତି ଭିତ୍ତିରେ ନିଜ ମଧ୍ୟରେ ଖେଳାଳି ବଦଳ କରିପାରିବେ। ଏହି ପ୍ରକ୍ରିୟା ୧୩ରୁ ଆରମ୍ଭ ହୋଇଛି ଏବଂ ୫ଦିନ ପର୍ଯ୍ୟନ୍ତ ଚାଲିବ।
ବିଭିନ୍ନ ଫ୍ରାଞ୍ଚାଇଜିରେ ଥିବା ଯେଉଁସବୁ ତାରକା କ୍ରିକେଟର୍‌ମାନେ ମ୍ୟାଚ୍‌ ଖେଳିବାର ବିଶେଷ ସୁଯୋଗ ପାଇନାହାନ୍ତି ସେମାନେ ଏହି ପ୍ରକ୍ରିୟା ଦ୍ବାରା ଅନ୍ୟ ଦଳରେ ସାମିଲ ହୋଇପାରିବେ। ତେବେ ଏଥିପାଇଁ ଦୁଇଟି ଫ୍ରାଞ୍ଚାଇଜି ମଧ୍ୟରେ ସହମତି ଆବଶ୍ୟକ। ତେବେ ମୂଳ ଫ୍ରାଞ୍ଚାଇଜିକୁ ଖେଳାଳି ଗ୍ରହଣ କରିଥିବା ଫ୍ରାଞ୍ଚାଇଜିକୁ କିଛି ପରିମାଣର ଅର୍ଥ ପ୍ରଦାନ କରିବାକୁ ପଡିବ। ଯେଉଁ କ୍ରିକେଟର୍‌ ମୂଳ ଫ୍ରାଞ୍ଚାଇଜି ତରଫରୁ ୨ଟିରୁ ଅଧିକ ମ୍ୟାଚ୍‌ ଖେଳିନଥିବେ କେବଳ ସେ ହିଁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଯୋଗ୍ୟ। ଖେଳାଳି ବଦଳ ସଂପର୍କରେ ଫ୍ରାଞ୍ଚାଇଜିଙ୍କ ତରଫରୁ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନ୍‌ସିଲକୁ ଜଣାଇବା ନିହାତି ଆବଶ୍ୟକ।
ଆଇପିଏଲ୍‌ ମଝିରୁ ଜଣେ ଖେଳାଳି ମୂଳ ଫ୍ରାଞ୍ଚାଇଜି ଛାଡ଼ି ଅନ୍ୟ ଏକ ଫ୍ରାଞ୍ଚାଇଜି ତରଫରୁ ମ୍ୟାଚ୍‌ ଖେଳିଲେ ସୁଦ୍ଧା ଆସନ୍ତା ସିଜିନ୍‌ରେ ସେ ମୂଳ ଫ୍ରାଞ୍ଚାଇଜିକୁ ଫେରି ଆସିବେ ବୋଲି ନିୟମ ରହିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳରେ ଥିବା ଅଜିଙ୍କ୍ୟ ରାହାଣେ, ଚେନ୍ନଇ ସୁପର କିଙ୍ଗ୍‌ସ ଦଳର ଇମ୍ରାନ୍ ତାହିର୍‌ ଓ ମୁମ୍ବଇ ଇଣ୍ଡିଆନ୍‌ସର କ୍ରିସ୍‌ ଲିନ୍‌ଙ୍କୁ ଏହି ନିୟମ ଅନୁଯାୟୀ ନିଜ ଦଳରେ ସାମିଲ କରିବାକୁ ଅନ୍ୟ ଫ୍ରାଞ୍ଚାଇଜିମାନେ ନିଶ୍ଚିତ ଭାବେ ଚେଷ୍ଟା କରିବେ। ସୂଚନାଥାଉକି ରାହାଣେ ଚଳିତ ସିଜିନ୍‌ରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିଥିବା ବେଳେ ତାହିର୍‌ ଓ ଲିନ୍‌ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନାହାନ୍ତି। ଅନ୍ୟପକ୍ଷରେ ଆଘାତପ୍ରାପ୍ତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ଈଶାନ୍ତ ଶର୍ମା, ଅମିତ ମିଶ୍ରା, ସନ୍‌ରାଇଜର୍ସ ହାଇଦରାବାଦ୍‌ର ଭୁବନେଶ୍ବର କୁମାର ଓ ମିଚେଲ୍‌ ମାର୍ଶଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଫ୍ରାଞ୍ଚାଇଜିଙ୍କ ନିକଟରେ ସୁଯୋଗ ରହିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories