www.samajalive.in
Saturday, December 6, 2025
23.1 C
Bhubaneswar

ସାମାଜିକ ଆର୍ଥିକ ବିକାଶରେ ଇସ୍ପାତ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ – ଫଗନ ସିଂହ

ଗୌହାଟୀ: ଦେଶର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଇସ୍ପାତ ଉଦ୍ୟୋଗର ପ୍ରମୁଖ ଭୂମିକା ବିଷୟ ଅବତାରଣା କରି କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ କହିଛନ୍ତି, ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କ ଆବଶ୍ୟକତାକୁ ଭଲ ଭାବରେ ବୁଝିବା ଆବଶ୍ୟକ।

ଗୌହାଟିରେ ଇସ୍ପାତ ପ୍ରାଧିକରଣ ଲିମିଟେଡ଼ – ସେଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ ଇସ୍ପାତ ରାଜ୍ୟ ମନ୍ତ୍ରୀ କୁଲସ୍ତେ କହିଛନ୍ତି, ଶତ ପ୍ରତିଶତ ସାମାଜିକ ଆର୍ଥିକ ବିକାଶ ଲକ୍ଷ ହାସଲ ଦିଗରେ ଇସ୍ପାତ ଉଦ୍ୟୋଗର ଭୂମିକା ଗୁରୁତ୍ୱପୂର୍ଣ। ଇସ୍ପାତ ଏବଂ ଲୌହ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ପରିବହନ ଏବେ ମଧ୍ୟ ଏକ ପ୍ରମୁଖ ସମସ୍ୟା ରହିଛି ଓ ଏଥିପାଇଁ ଆଞ୍ଚଳିକ କ୍ଷେତ୍ରୀୟ ସମ୍ପର୍କରେ ସୁଧାର ଆଣିବାର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି। ତେବେ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ପରିସ୍ଥିତିରେ ଉନ୍ନତି ହୋଇଥିବା ସେ କହିଛନ୍ତି।

- Advertisement -

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପରିବହନ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୱାରୀ କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ଇସ୍ପାତର ନିଜସ୍ୱ ମହତ୍ୱ ରହିଛି। କେନ୍ଦ୍ର ସରକାରଙ୍କ ପୂର୍ବୋତ୍ତର ରାଜ୍ୟଗୁଡିକ ପ୍ରତି ବିଶେଷ ସୁବିଧା ଯୋଗାଇ ଦେବା ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହୋଇଥିବା ସେ କହିଛନ୍ତି।

କୁଲସ୍ତେ କହିଛନ୍ତି ଯେ, ଇସ୍ପାତ ଉଦ୍ୟୋଗ ଅନ୍ୟ ସମସ୍ତ ଉଦ୍ୟୋଗଗୁଡିକର ଆଧାର ଶିଳା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories