www.samajalive.in
Saturday, December 6, 2025
14.1 C
Bhubaneswar

କାଠ ବୋଝେଇ ଗାଡ଼ି ଜବତ

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ଧନୁର୍ଜୟପୁର ନିକଟରୁ ଶନିବାର ସକାଳେ ପାଟଣା ବନ ବିଭାଗ ଶାଳକାଠ ବୋଝେଇ ଥିବା ଏକ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ।
ସୂଚନା ମୁତାବକ, ଶନିବାର ସକାଳେ କାଠ ମାଫିଆ ମାନେ ଏକ ବିରାଟ ଶାଳ ଗଛ କାଟି କାଠଗଣ୍ଡି ଗୁଡ଼ିକୁ ଏକ ନମ୍ବରବିହୀନ ପିକ୍ଅପ୍ ଭ୍ୟାନରେ ବୋଝେଇ କରି ନେଇ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାଠ ବୋଝେଇ ଗାଡ଼ିକୁ ଜବତ କରିଛି। ତେବେ କାଠମାଫିଆ ବନ ବିଭାଗ ଗାଡ଼ିକୁ ଦେଖି କୌଶଳକ୍ରମେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ସକ୍ଷମ ହୋଇଥିବା ବେଳେ କାଠ ବୋଝେଇ ପିକ୍ଅପ୍ ଭ୍ୟାନଟିକୁ ଜବତ କରି ପାଟଣା ରେଞ୍ଜ ଅଫିସକୁ ଅଣାଯାଇଛି । ଏହି ଚଢ଼ାଉରେ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ , ବନପାଳ ସନ୍ତୋଷ କୁମାର ପୋହି, ପାରା ସ୍କ୍ବାଡ୍ ଓ ଏଲିଫ୍ୟାଣ୍ଟ ସ୍କ୍ବାଡ୍ ସାମିଲ ହୋଇଥିଲେ। ଜବତ ଶାଳଗଣ୍ଡିର ଆନୁମାନିକ ମୂଲ୍ୟ ୫୦ ରୁ ୬୦ ହଜାର ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ଏ ନେଇ ପାଟଣା ରେଞ୍ଜରେ ୩/୧୯ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories