www.samajalive.in
Monday, December 15, 2025
27.1 C
Bhubaneswar

ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ

ବାଙ୍କୀ: ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସୋମବାର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷ ଉପଜିଲାପାଳ ରଞ୍ଜନ କୁମାର ଜେନା, କାର୍ଯ୍ୟକାରୀ ସଦସ୍ୟ ସମ୍ପାଦକ ତଥା ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର, ବାଙ୍କୀ ନଗରପାଳ ମାଣିକ ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ରଣା, କମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର, ପଠାଣି ବେହେରାଙ୍କ ସମେତ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଦସ୍ୟ ସମ୍ପାଦକ ଶ୍ରୀ ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିବା ସହିତ ପ୍ରସ୍ଥାବିତ ଦିଆଯାଇଥିବା କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଧାୟକ ଡାକ୍ତରଖାନାର ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରି ଆବଶ୍ୟକ ପଡୁଥିବା କାର୍ଯ୍ୟ ସମ୍ପର୍କରେ ଅଧିକ୍ଷକଙ୍କଠାରୁ ପ୍ରସ୍ତାବ ରଖିବା ପାଇଁ ଆଲୋକପାତ କରିଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବାଙ୍କୀ ଡାକ୍ତରଖାନାରେ ୧ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ଯକ୍ଷ୍ମା ଚହ୍ନଟୀକରଣ ଯନ୍ତ୍ରର ଉପଯୋଗ କାର୍ଯ୍ୟ ଆରମ୍ଭ ହୋଇଥିବା ଏବଂ ଡାକ୍ତରଖାନାରେ ଇସିଜି ମେସିନ୍‍ କାର୍ଯ୍ୟକ୍ଷମ କରାଯାଇ ଅନଲାଇନ ମାଧ୍ୟମରେ ରିପୋର୍ଟ ପ୍ରଦାନ କରାଯାଉଥିବା ବ୍ୟବସ୍ଥା ଥିବା ଆଲୋକପାତ କରାଯାଇଛି। ପୁରୁଣା ଶବ ବ୍ୟବଚ୍ଛେଦ ଗୃହର ପୁନରୁଦ୍ଧାର କରାଯାଇ ତାହାକୁ ବିକାଶ କରାଇବା,ଡାକ୍ତରମାନେ ଯେଭଳି ନିୟମିତ ନିଜ କାର୍ଯ୍ୟରେ ଯୋଗଦେଇ ରୋଗୀ ସେବାକୁ ଗୁରୁତ୍ୱ ଦେବେ ସେ ସମ୍ପର୍କରେ ଉପସ୍ଥିତ ଡାକ୍ତରମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅଧିକ୍ଷକ ଖାଲିପଡ଼ିଥିବା ଭେଷଜ ବିଭାଗର ଡାକ୍ତର, ପାଥୋଲୋଜି, ନକ୍ସେତକ ଡାକ୍ତର ଏବଂ ଅସ୍ଥିଶଲ୍ୟ ବିଭାଗର ଡାକ୍ତର ପଦବୀ ଯଥାଶୀଘ୍ର ପୂରଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାୟକଙ୍କୁ ଅନୁରୋଧ କରାଯାଇଛି।

ସେହିପରି ଡାକ୍ତରଖାନାରେ ଏକ ସ୍ଥାୟୀ ଉଚ୍ଚ କ୍ଷମତାପୂର୍ଣ୍ଣ ଜେନେରେଟର ବସାଇବା, ବାଙ୍କୀ ଏନଏସି ପକ୍ଷରୁ ଡାକ୍ତରଖାନା ପରିସରରେ ହାଇମାକ୍ସ ଲାଇଟ ବ୍ୟବସ୍ଥା କରିବା ଏବଂ ଡାକ୍ତରଖାନାର ବାହାର ପରିବେଶକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଆଲୋଚନା ହୋଇଛି। ବୈଠକରେ ଡାକ୍ତର ଧୂଳେଶ୍ୱର ପ୍ରଧାନ, ପଦ୍ମ ଲୋଚନ ପଣ୍ଡା, ଡାକ୍ତର ବିଶ୍ୱ ମୋହନ ରାଉତରାୟ, ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷିକା ପୁଷ୍ପଲତା ମହାପାତ୍ର, ସହକାରୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ ବେହେରା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବିନୟ ରଞ୍ଜନ ପଣ୍ଡା ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଶିଶୁ ବିଭାଗ, ବର୍ହିବିଭାଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଏବଂ ରକ୍ତ ମଳମୂତ୍ର ପରୀକ୍ଷାଗାରକୁ ଶୀତଳୀକରଣ କରିବା ବ୍ୟବସ୍ଥା ଏବଂ ରକ୍ତ ସଂଗ୍ରହ କେନ୍ଦ୍ର ସାମ୍ନାରେ ଟିଣ ଛାତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଡାକ୍ତରଖାନା କନିଷ୍ଠ ପରିଚାଳକ ଶଷୀଭୂଷଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories