ରାଜଧାନୀରେ ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ
ମଣ୍ଡପରେ ବରଯାତ୍ରୀ ବେଶରେ ପଶି ଉପହାର ବ୍ୟାଙ୍କ ଓ ଟଙ୍କା ଖାମ୍ ନେଇ ଫେରାର
ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ଲୁଟ କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଏବେ ଏହି ଲୁଟେରା ମାନେ ବାହାଘର ମଣ୍ଡପକୁ ଟାର୍ଗେଟ କରିଛନ୍ତି । ରାଜଧାନୀର ବଡ ବଡ ମଣ୍ଡପରେ ହେଉଥିବା ବାହାଘର ଭୋଜିକୁ ବରଯାତ୍ରୀ ବେଶରେ ଯାଇ ଲୁଟ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବରଯାତ୍ରୀରେ ଆସି ମଣ୍ଡପରେ ପଶିବା ସହ ସୁଯୋଗ ଦେଖି ଉପହାର ଓ ଟଙ୍କା ଖାମ୍ ନେଇ ଫେରାର ହୋଇଯାଇଛନ୍ତି । ବଡଗଡ ଥାନା ଅଂଚଳରେ ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.