ଓଡ଼ିଶାରେ ଇଭି କାରଖାନା କରିବ ଜେଏସଡବ୍ଲ୍ୟୁ
୪୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ, ୧୧ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ
ଭୁବନେଶ୍ୱର: ଓଡ଼ିଶାରେ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ ନିର୍ମାଣ କାରଖାନା ପ୍ରସ୍ତୁତ କରିବ ଜେଏସଡବ୍ୟୁ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜେଏସଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଓଡ଼ିଶାରେ ପ୍ରଥମ ବିଦ୍ୟୁତ ଚାଳିତ ଗାଡି ଓ ବ୍ୟାଟେରୀ କାରଖାନା କଟକର ନରାଜ ଠାରେ ନିର୍ମାଣ ହେବାକୁ ଯାଉଛି । ଫଳରେ ରାଜ୍ୟରେ ଉତ୍ପାଦନ ହେବ ଇଭି ଯାନ । ଏଥିପାଇଁ ୪୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ, ଏଥିରେ ୧୧ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଗ୍ରୀନ ଏନର୍ଜି ଉପରେ ଫୋକସ ରଖିଛନ୍ତି । ଇଭି ପାଇଁ ନରାଜ ଠାରେ କମ୍ପାନୀକୁ ୯ଶହ ଏକର ଜମି ଯୋଗାଇ ଦିଆଯାଇଛି । ସେହିପରି ପାରାଦୀପରେ କମ୍ପାନୀ ଇଭି ପାଇଁ ବ୍ୟାଟେରୀ ନିର୍ମାଣ କରିବ ।
ଓଡ଼ିଶାର ସର୍ବପ୍ରଥମ ବିଦ୍ୟୁତଚାଳିତ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ କାରଖାନା ସ୍ଥାପନ ହେବାକୁଯାଉଛି। ଏଥିପାଇଁ ୪୦,୦୦୦ କୋଟିର ପୁଞ୍ଜିନିବେଶ ହେଉଥିବାବେଳେ ଆନୁସଙ୍ଗିକ ଶିଳ୍ପ ଓ ୧୧,୦୦୦ରୁ ଅଧିକ ଯୁବଗୋଷ୍ଠୀଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। #MakeInOdisha #OdishaOnTheMove pic.twitter.com/95Uejly1lN
— CMO Odisha (@CMO_Odisha) February 10, 2024
Comments are closed.