www.samajalive.in
Friday, December 5, 2025
20.1 C
Bhubaneswar

ପଞ୍ଚାୟତ ନିର୍ବାହୀଙ୍କୁ ଭିଜିଲାନ୍ସ ଗିରଫ ପ୍ରତିବାଦରେ ରାଜରାସ୍ତା ଅବରୋଧ

ଖୁଣ୍ଟା: ଗୋପବନ୍ଧୁ ନଗର ବ୍ଲକର ଆରପଟ୍ଟା ପଂଚାୟତ ନିର୍ବାହୀ ଦାସମାତ ମୁର୍ମୁ ୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପ୍ରତିବାଦରେ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ସଂଖ୍ୟାର ପୁରୁଷ ଓ ମହିଳାମାନେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବ୍ଲକ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଉଦେଶ୍ୟମୂଳକ ଭାବେ ଭିଜିଲାନ୍ସ ଧରାଇବାରେ ହାତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ବିରୋଧରେ ଗିରଫ ହୋଇଥିବା ଶ୍ରୀ ମୁର୍ମୁଙ୍କ ପତ୍ନୀ ଯମୁନା ମୁର୍ମୁ ଖୁଣ୍ଟା ଥାନାରେ ଗୁରୁତର ଅଭିଯୋଗ କରିଛନ୍ତି । ଦୁଇ ଅଭିଯୁକ୍ତ ପୂର୍ବରୁ ଦାସମତଙ୍କ ଘରେ ପହଂଚି ତାଙ୍କ କାମ ନକଲେ ପରିଣାମ ଭୋଗିବ କହି ଯମୁନାଙ୍କୁ ଜାତିଆଣ ଗାଳି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ବିକ୍ଷୋଭ କାରୀମାନେ ଅଭିଯୁକ୍ତମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବାରିପଦା-ଉଦଳା ୧୯ ନମ୍ବର ରାଜ୍ୟରାଜପଥରେ ମଧ୍ୟାହ୍ନରୁ ଧାରଣାରେ ବସିଛନ୍ତି । ଫଳରେ ରାଜରାସ୍ତରେ ସମସ୍ତ ଯାନ ବାହନ ଚଳାଚଳ ବନ୍ଦ ହୋଇଯାଇଛି । ବ୍ଲକରେ ତାଲା ପଡିବା ସହିତ ରାସ୍ତାରୋକ ଯୋଗୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories