ଚାଷଜମିକୁ ପାଣି ନ ଆସିବାରୁ ରାସ୍ତା ଅବରୋଧ ; ଉପ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ

ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ୨ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିକୁ କେନାଲ ପାଣି ନ ଆସିବାରୁ ମଙ୍ଗଳବାର ଶତାଧିକ ଚାଷୀ କେନ୍ଦ୍ରାପଡା-ଓରତ ରାସ୍ତାର ପସ୍ତାଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଚାଷୀମାନେ ବର୍ଷବର୍ଷ ଧରି ଜଳକର ଦେଇଆସୁଥିବା ସହ ପାଣି ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଚାଷଜମିରେ ପାଣି ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି। ଜଳସମ୍ପଦ ବିଭାଗର ଉପ ନିର୍ବାହୀ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚାଷୀମାନେ ତାଙ୍କୁ ଘେରାବନ୍ଦୀ କରି ରଖିବା ସହ ଚାଷଜମିକୁ ପାଣି ନ ଆସିବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାସହିତ ଅଞ୍ଚଳରେ ଚାଷୀମାନଙ୍କର ପାଇଁ ଏହି ସମସ୍ୟାର ତୁରନ୍ତ ସମାଧାନ କରି ଚାଷଜମିକୁ ପାଣି ନ ଦେଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦେବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।

Comments are closed.