www.samajalive.in
Sunday, December 7, 2025
16.1 C
Bhubaneswar

ଦୁର୍ଘଟଣାରେ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଗତ ୪ ତାରିଖରେ ହୋଇଥିବା ଦୁର୍ଘଟଣାରେ ସାଇକଲ ଆରୋହୀ ଗୁରୁତର ହୋଇ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ମୃତ୍ୟୁ ହୋଇଥିଲା। ଆଜି ଗ୍ରାମରେ ମୃତଦେହ ପହଂଚିବା ପରେ ନବରଙ୍ଗପୁର ବ୍ଲକ ଚିକିଲି ଗ୍ରାମ ନିକଟରେ ୨୬ନମ୍ବର ଜାତୀୟ ରାଜପଥ ଉପରେ ରଖି ମୃତକଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ କ୍ଷତିପୂରଣ ଦାବି କାରି ରାସ୍ତା  ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସହ ସହ ଗାଡି ଅଟକି ରହି ଥିଲା ପ୍ରାୟ ୫ଘଣ୍ଟା ଧରି ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାକୁ ଅବରୋଧ କରି ରଖିଥିଲେ। ଫଳରେ ନବରଙ୍ଗପୁର – କଳାହାଣ୍ଡି ଓ ନବରଙ୍ଗପୁର – ଉମରକୋଟ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।।

ସୂଚନାଯୋଗ୍ୟ ଯେ, ଗତ ୦୪.୧୦.୨୦ ତାରିଖରେ ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମର ନବୀନ ହରିଜନ କୌଣସି କାମରେ ପାପଡାହାଣ୍ଡିକୁ ଯାଇ ଘରକୁ ଫେରୁଥିବା ସମୟରେ ଏକ ଅଜଣା କାର ଧକ୍କା ଦେବାରୁ ନବୀନ ଗୁରୁତର ହୋଇ କୋରାପୁଟ ମେଡିକାଲରେ ଚିକିତ୍ସା ହେଉଥିଲେ ।  ପାପଡାହାଣ୍ଡି ପୋଲିସ ଦୁର୍ଘଟଣା ଘଟାଇ ଥିବା ସିଜି ନମ୍ବର ଥିବା ସ୍ବିଫ୍ଟ କାରକୁ ଠାବ କରି ଥାନାରେ କାର ଚାଳକକୁ ଅଟକ ରଖିଥିଲା । ଗତକାଲି ସନ୍ଧ୍ୟାରେ ନବୀନଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସମ୍ପର୍କୀୟ ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରହିଥିଲେ । ଆଜି ମୃତଦେହ ଆସି ମନ୍ତ୍ରୀଗୁଡା ଗ୍ରାମରେ ପହଂଚିବା ପରେ ଉତ୍ୟକ୍ତ ଲୋକେ ମୃତଦେହକୁ ନେଇ କ୍ଷତିପୂରଣ ବାବଦରେ ୧.୫୦ଲକ୍ଷ  ଓ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କାରି ରାସ୍ତା ରୋକ କରିଥିଲେ । ଘଟଣାସ୍ଥଳରେ ନବରଙ୍ଗପୁର ଏସପି ନିତିନ କୁଲସେକର, ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ, ପାପଡାହାଣ୍ଡି ତହସିଲଦାର ପ୍ରେମଲାଲ ହିଆଲ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ପାପଡାହାଣ୍ଡି ଏସ୍ଡ଼ିପିଓ, ପାପଡାହାଣ୍ଡି ଆଇଆଇସି ଶୁଭେନ୍ଦୁ ଶବର ପ୍ରମୁଖ ଉପସ୍ଥିତ ରହି ବହୁ ବୁଝାସୁଝା କରିଥିଲେ । ଶେଷରେ ଏସପି ୧୦ ହଜାର ଟଙ୍କା, ଏବଂ ରେଡ଼କ୍ରସ ପାଣ୍ଠି ରୁ ୧୦ ହଜାର ଟଙ୍କା ଆଉ ଇନ୍ସୁରାନ୍ସ ୩ୟ ପାର୍ଟି ରୁ ଯାହା ଟଙ୍କା ମିଳିବ ସେ ସବୁ ଦିଆଯିବ କହିବା ପରେ ଗ୍ରାମବାସୀ ମୃତଦେହକୁ ସନ୍ଧ୍ୟା ୬ ଘଣ୍ଟା ସମୟରେ ରାସ୍ତାରୁ ଉଠାଇଥିଲେ । ଏଥିସହ ଗାଡି ମଲିକ ସହ କ୍ଷତିପୂରଣ ବାବଦରେ ଉଭୟ ପକ୍ଷ ସହ ଆଲୋଚନା ଚାଲିଥିବା ଜଣାପଡିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories