www.samajalive.in
Saturday, December 6, 2025
16.1 C
Bhubaneswar

କୋଡିଙ୍ଗାମାଳିରେ ଆଦିବାସୀଙ୍କ ରାସ୍ତାରୋକ ଅଷ୍ଟମ ଦିନରେ

ଲକ୍ଷ୍ମୀପୁର : କୋଡିଙ୍ଗାମାଳି ଖଣି ଖନନକୁ ବନ୍ଦ କରିବା ସହିତ ପୁନର୍ବାର ଗ୍ରାମସଭା ଦାବିରେ ପ୍ରଭାବିତଙ୍କ ପ୍ରବେଶ ପଥ ଅବରୋଧ ଅଷ୍ଟମ ଦିନରେ ପହଞ୍ଚିଛି। ହେଲେ ସମାଧାନର ବାଟ ଏପର୍ଯ୍ୟନ୍ତ ବାହାରି ପାରୁନାହିଁ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ପାହାଡ ପାଦଦେଶରେ ପ୍ରଭାବିତ ପ୍ରାୟ ୨୦ ଖଣ୍ଡ ଗ୍ରାମର ଆଦିବାସୀ ଓ ହରିଜନ ମାନେ ପ୍ରବେଶ ପଥକୁ ଅବରୋଧ କରି ରଖିଛନ୍ତି । ଫଳରେ ଖଣି ଖନନ ବନ୍ଦ ରହିଛି। ପ୍ରତିଦିନ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସହିତ ଦୁଇଥର ଉପଜିଲ୍ଲାପାଳ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ନିସ୍କର୍ଷ ବାହାରି ପାରୁନାହିଁ। ଏପରିକି ବର୍ଷା ପବନରେ ବସିଥିବା ଆନ୍ଦୋଳନ କାରୀଙ୍କ ମଧ୍ୟରୁ ୧୭ ଙ୍କୁ ଜ୍ବର ହୋଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ମେଲେରିଆ ପଜେଟିଭରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଚିକିତ୍ସା କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଯେଉଁ ପ୍ରଭାବିତ ଅଞ୍ଚଳର ଲୋକ ପ୍ରତିନିଧିଙ୍କ ସହିତ ଅନ୍ୟ କିଛି ଲୋକପ୍ରତିନିଧି ମାନଙ୍କୁ ନେଇ ସ୍ଥାନୀୟ ଏସ ଏଚ ଜି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖଣି ନିଗମ ଅଧିକାରୀଙ୍କ ସମେତ ବ୍କକ ସ୍ତରର ଅଧିକାରୀଙ୍କୁ ନେଇ ଏହି ବୈଠକରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉପଜିଲ୍ଲାପାଳ ଲଳିତ କୁମାର କଅଂର ଆନ୍ଦୋଳନସ୍ଥଳକୁ ଯାଇ କିଛି ଦୂରରେ ଛିଡାହୋଇ ସେମାନଙ୍କୁ ତହସିଲଦାରଙ୍କ ଦ୍ବାରା ଡକାଇ ପଠାଇଥିଲେ ମଧ୍ୟ ସେମାନେ ଆସିନଥିଲେ। ସେମାନଙ୍କର ଗୋଟିଏ ଦାବି ପୁନର୍ବାର ଗ୍ରାମସଭା କରାଯାଉ । ସେହିପରି ଯେଉଁ କିଛି ପଞ୍ଚାୟତ ସ୍ତରର ଲୋକ ପ୍ରତିନିଧି ଉପଜିଲ୍ଲାପାଳଙ୍କ ନିକଟରେ ଖଣି ଖନନ ହେଉ ବୋଲି ମତ ଦେଇଥିଲେ ଆନ୍ଦୋଳନସ୍ଥଳକୁ ଯାଇ ମତ ବଦଳାଇ ଖଣି ଖନନ ପାଇଁ ଗ୍ରାମସଭା କରାଯାଉ ବୋଲି କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories