www.samajalive.in
Saturday, December 6, 2025
23.1 C
Bhubaneswar

ଓଭରଲୋଡ ଧରା ପଡିଲେ କଠୋର କାର୍ଯ୍ୟାନୁଷ୍ଠାନ

ବ୍ରଜରାଜନଗର: କ୍ଷମତାରୁ ଅଧିକ ବୋଝେଇ କରୁଥିବା ଭାରି ଯାନ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଛି । ଦୈନିକ ସମ୍ବଲପୁରର ରେଙ୍ଗାଳୀରୁ ମେଟାଲ ଚିପ୍ସ ଓଭରଲୋଡ ନେଇ ଶହ ଶହ ହାଇୱା ୪୯ ନମ୍ବର ଜାତୀୟ ରାଜପଥ ଦେଇ ବ୍ରଜରାଜନଗର ଅଞ୍ଚଳକୁ ପ୍ରବେଶ କରୁଛନ୍ତି। କ୍ଷମତାରୁ ଅଧିକ ସାମଗ୍ରୀ ପରିବହନ କରାଯାଉଥିବାରୁ ଗାଡି ଗୁଡିକ ବିପଦଜନକ ଭାବେ ଜନ ଗହଳିପୂର୍ଣ ଅଂଚଳରେ ଚଳପ୍ରଚଳ କରୁଛି। ଫଳ ସ୍ୱରୂପ ଛାତ୍ରଛାତ୍ରୀ, କୋମଳମତି ଶିଶୁ ଓ ବୃଦ୍ଧ ବ୍ୟକ୍ତି ବିଶେଷ ମାନକୁ ସେହି ରାସ୍ତା ଗୁଡିକରେ ଯାତାୟତ କରିବା ପାଇଁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି। ଏନେଇ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରବ ରହିଥିବାରୁ ଦୀର୍ଘ ଦିନରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ମୁନାଫାଖୋର ପରିବହନ ସଂସ୍ଥା ଗୁଡିକ ଗାଡି ଗୁଡିକର କ୍ଷମତା ବଢ଼ାଇ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ଦୀର୍ଘ ଦିନରୁ ଲୁଟ କରି ଚାଲିଛନ୍ତି ବୋଲି ଅଭିଯୋଗ ହୋଇଛି। ହେଲେ ବର୍ତ୍ତମାନ ଏହି ଅସାଧୁ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ତରଫରୁ ଝାରସୁଗୁଡା ବାଇପାସରୁ ଗାନ୍ଧିଛକ, ରାଜପୁର, ଖାଲିଆକାନି ଅଞ୍ଚଳରେ ବ୍ୟାପକ ଧରପକଡ଼ କରାଯିବ। ଏଥିପାଇଁ ସମସ୍ତ ବିଭାଗ ଗୁଡିକୁ ନିୟମ ଅନୁସାରେ ଅବଗତ କରି ଦିଆଯାଇଛି। ଓଭରଲୋଡ ମାଧ୍ୟମରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ଘଟାଉଥିବା ସହିତ ଟିକସ ଫାଙ୍କୁ ଥିବା ପରିବହନ ସଂସ୍ଥା ଗୁଡିକ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡା ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories