www.samajalive.in
Wednesday, December 10, 2025
26.1 C
Bhubaneswar

ନିଆରା ଢଙ୍ଗରେ ସଡ଼କ ସଚେତନତା ଅଭିଯାନ

ଭୁବନେଶ୍ବର: ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’ ଓ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ୍ ଅଥରିଟି ତଥା କମିଶନରେଟ ପୁଲିସ ଭୁବନେଶ୍ବର – କଟକର ମିଳିତ ଆନୁକୁଲ୍ୟରେ, ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ନିଆରା ପ୍ରକ୍ରିୟାରେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ସଚେତନ କରାଯାଇଛି।

ଯମରାଜାଙ୍କ ବେଶ ଧାରଣ କରି ଭୁବନେଶ୍ୱରର କିଛି ଟ୍ରାଫିକ ପୋଷ୍ଟ ନିକଟରେ ଉପସ୍ଥିତ ରହି, ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଚାଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ବନ୍ଧରେ ଅବଗତ କରାଇବା ସହ, ଏହି ନିୟମ ଗୁଡିକ ନ ମାନିଲେ ଏହାର କୁପରିଣାମ ସମନ୍ଧରେ ମଧ୍ୟ ବୁଝାଇଥିଲେ। ଏହା ସହ ଅନ୍ୟାନ୍ୟ ସମସ୍ତ ଚାଳକଙ୍କୁ, ସମସ୍ତ ଟ୍ରାଫିକ ନିୟମ ଉଲ୍ଲେଖ ଥିବା ଲିଫ୍ଲେଟ୍ ବଣ୍ଟନ କରିବା ସହ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚାଳନା କରୁଥିବା ଚାଳକଙ୍କୁ ଚକୋଲେଟ ପ୍ରଦାନ କରିଥିଲେ।

- Advertisement -

ଏହି ସଚେତନତା କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲ ରେ ଖୁବ ପ୍ରଶଂସା ସାଉଣ୍ଟିଛି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ଏଣୁ ସଡ଼କ ସୁରକ୍ଷା ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍। ଅଧିକାଂଶ ଲୋକ ନିୟମ ମାନି ଗାଡ଼ି ଚାଳନା କରୁଥିବା ବେଳେ କିଛି ଲୋକ ଏହି ନିୟମ ଗୁଡ଼ିକୁ ଅଣଦେଖା କରିଥାନ୍ତି ତେଣୁ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିବାର ବାର୍ତ୍ତା ଦେବା ନିମନ୍ତେ ଏହା ଏକ ପ୍ରାଥମିକ ପ୍ରୟାସ ବୋଲି ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କରିଛନ୍ତି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories