ବଡ଼ମ୍ବା: ହିନ୍ଦୁ ସେନା ତରଫରୁ ସ୍ଥାନୀୟ କଲେଜ ପଡ଼ିଆରେ ବଡ଼ମ୍ବାରେ ଗୋ ମାତା ଆଲିଙ୍ଗନ ଦିବସ ପାଳନ କରାଯାଇଛି। ସେନାର ସଭାପତି ସହଦେବ ମଲ୍ଲିକ ଏବଂ ସଂଯୋଜକ ଚିନ୍ମାତ୍ମା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ବେଦ ବେଦାନ୍ତର କଥା ଉଲ୍ଲେଖ କରି ଗୋ ମାତୃକାର ପୂଜନ ଏବଂ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। ବିକାଶ ପରିଷଦର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷକ ରମେଶଚନ୍ଦ୍ର ବେହେରା, ସାମାଜିକ କର୍ମୀ ଦିଲିପ କୁମାର ରାଉତ, ମନୋଜ କୁମାର ଉଦୟଭାନୁ, ଶିବନାରାୟଣ ମିଶ୍ର ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରରେ ଗୋ ମାତାର ପୂଜନ ଓ ବନ୍ଦନର ପୃଷ୍ଠଭୁମି ଉପରେ ଆଲୋକପାତ କରିଥିଲେ। କାର୍ୟ୍ୟକ୍ରମ ଅବସରରେ ଗୋ ମାତାଙ୍କ ପୂଜନ ସହିତ ଉପସ୍ଥିତ ଶ୍ରଦ୍ଧାଳୁମାନେ ଗୋ ମାତାକୁ ଶ୍ରଦ୍ଧା ପୂର୍ବକ ଆଲିଙ୍ଗନ କରିଥିଲେ।
Popular Categories



