www.samajalive.in
Monday, December 15, 2025
17.1 C
Bhubaneswar

ଯନ୍ତ୍ରଣା ଦେଉଛି କାରଖାନାର ଭାରୀଯାନ, ଅଣନିଶ୍ୱାସୀ ହୋଇପଡିଲେଣି ଅଞ୍ଚଳବାସୀ

ଗୁରୁଡିଝାଟିଆ : ଭାରୀଯାନ ବୋଝେଇ ଗାଡି ଚଳାଚଳ ଆଣିଦେଇଛି ଅକଥନୀୟ ଯନ୍ତ୍ରଣା । ଧୁଳି ଧୁଷରିତ ହୋଇପଡିଛି ଓରନ୍ଦା-ଗୁରୁଡିଝାଟିଆ ରାସ୍ତା ଓ କୋଠାବାଡି ବିଭାଗ ରାସ୍ତାଟି । ଧୂଳିରେ ଅଣନିଶ୍ୱାସୀ ହୋଇପଡିଲେଣି ଅଞ୍ଚଳବାସୀ । ରାସ୍ତାଟି ଖାଲଖମାରେ ପରିଣତ ହୋଇ ବିପଦ ସଂକୁଳ ହୋଇପଡିଛି । ପ୍ରକାଶଯୋଗ୍ୟ ନବେଢା ଅଞ୍ଚଳ ପାଇଁ ପ୍ରବେଶ ଦ୍ୱାର ହେଉଛି ଓରନ୍ଦାରୁ ପିଠାଖିଆ ହୋଇ ଗୁରୁଡିଝାଟିଆ ରାସ୍ତାଟି । ଦୈନିକ ଶତାଧିକ ବିଦ୍ୟାର୍ଥୀ,ସରକାରୀ କର୍ମଚାରୀ ଓ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଭାରୀଯାନ ଚଳାଚଳ ପାଇଁ ରାସ୍ତାଟି ଅନୁପଯୁକ୍ତ ହୋଇଥିଲେ ମଧ୍ୟ ନିକଟରେ ଗଢିଉଠିଥିବା ଅଲଟ୍ରାଟେକ ସିମେଣ୍ଟ କାରଖାନାକୁ ଯାଉଥିବା ଭାରୀଯାନ ବୋଝେଇ ଯାନଗୁଡିକ ପାଇଁ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି । ଧୁଳି,ଧୂଆଁରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇଗଲେଣି । ବିଭାଗୀୟ କର୍ତ୍ତୃପକ୍ଷ ବା କାରଖାନା ପକ୍ଷରୁ ଏହି ରାସ୍ତାର ସଂପ୍ରସାରଣ ବା ମରାମତି ମଧ୍ୟ କରାଯାଉନାହିଁ । ଏପରିକି ନିୟମିତ ପାଣି ସିଞ୍ଚନ କରାଯାଉନାହିଁ । ଆଗାମୀ ଦିନରେ ଏହାର ସୁବ୍ୟବସ୍ଥା କରାନଗଲେ ବଡ ଧରଣର ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ  । ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଓ ଆଠଗଡ ଉପଖଣ୍ଡ ପ୍ରଶାସନ ଦୃଷ୍ଟିଦେବା ନିମନ୍ତେ ଦାବି ହୋଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories