www.samajalive.in
Saturday, December 6, 2025
16.1 C
Bhubaneswar

ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନିଜ ଖର୍ଚ୍ଚରେ ନିର୍ମାଣ କଲେ ସମାଜସେବୀ କପିଳ ସାହୁ

ଧାମରା: ଧାମରା ଅଂଚଳରେ ଏକ ରାସ୍ତାକୁ ନିଜ ପାଣ୍ଠି ଖର୍ଚ୍ଚ କରି ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମାଜସେବୀ କପିଳ ସାହୁ। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ପଂଚାୟତରେ ଥିବା ସରଆଡିଆ ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୀର୍ଘ ଦିନ ହେବ ନିର୍ମାଣ ହୋଇ ନ ପାରିବାରୁ ଏହା ଯାତାୟତ ଉପଯୋଗୀ ହୋଇ ପାରୁ ନ ଥିଲା। ଏହି ରାସ୍ତାଟି ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ। ଅଂଚଳବାସୀ ଏହି ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଏସଡିଓଙ୍କୁ ବହୁବାର କହିବା ପରେ କିଛି ସୁଫଳ ମିଳି ନଥିଲା। ଏହି ରାସ୍ତା ଦେଇ ବାଂଶଡା, ଧାମରା ଓ ଜାଗୁଳା ପଂଚାୟତର ବାସିନ୍ଦା ଯାତାୟତ କରନ୍ତି। ଦୀର୍ଘଦିନ ହେବ ଏହି ରାସ୍ତା ନିର୍ମାଣ ନହେବା ଫଳରେ ଏହି ରାସ୍ତା ଖାଲ ଖମାରେ ପୂର୍ଣ୍ଣ ହୋଇଥିଲା ଏପରିକି ଏହି ରାସ୍ତା ଦେଇ ବାଇକ ଆରୋହୀଙ୍କଠାରୁ ଆରମ୍ଭକରି ଆମ୍ବୁଲାନ୍ସ ମଧ୍ୟ ଯାତାୟତ କରି ପାରୁ ନଥିଲା। ଅଂଚଳରୁ ପ୍ରତିନିଧିତ୍ୱ କରୁଥିବା ଚାନ୍ଦବାଲି ବ୍ଲକର ଅଧ୍ୟକ୍ଷା ମାନସୀ ସାହୁ ମଧ୍ୟ ଏହି ରାସ୍ତା ନିର୍ମାଣ ପାଇଁ ବହୁବାର ଦାବୀ ଉଠାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ ପାଣ୍ଠି ଅଭାବ ଦର୍ଶାଇ ସେ ଏହି କଥାକୁ ଏଡାଇ ଯାଉଥିଲେ। ଆଜି ଅଂଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ସମାଜସେବୀ କପିଳ ସାହୁ ନିଜ ହାତ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୬୫୦ ମିଟର ରାସ୍ତାକୁ ନିର୍ମାଣ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଆଜି ଏହି ରାସ୍ତା ନିର୍ମାଣ ହୋଇଯିବା ପରେ ଅଂଚଳବାସୀ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବା ପରେ ସୁଫଳ ମିଳି ପାରୁ ନଥିବା ବେଳେ କିପରି ଜଣେ ସମାଜସେବୀ ନିଜ ଅଂଚଳରେ ନିଜ ପାଣ୍ଠି ଖର୍ଚ୍ଚ କରି ନିର୍ମାଣ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories