www.samajalive.in
Sunday, December 7, 2025
26.1 C
Bhubaneswar

ଅବକାରୀ ବିଭାଗର ଜୋର ଜୁଲମକୁ ବିରୋଧ, କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଦିନକୁ ଦିନ ଅବକାରୀ ବିଭାଗର ଜୋର ଜୁଲମ ବଢି ବଢି ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ବିରୁଦ୍ଧ ବିରୋଧ କରି ମଙ୍ଗଳବାର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଜନସାଧାରଣ ବିରୋଧ ତଥା ପ୍ରତିବାଦ କରିଛନ୍ତି। ଏ ସମ୍ପର୍କରେ ବାଙ୍କୀ ଚର୍ଚ୍ଚିକା ମନ୍ଦିର ସାହିର ଶିବବ୍ରତ ମହାପାତ୍ର, ଶରତ ଚନ୍ଦ୍ର ରଣା, ଦାମୋଦର ରଣା, ପ୍ରଣବ ମହାପାତ୍ର ପ୍ରମୁଖ ୨୦ ଜଣଙ୍କର ସ୍ୱାକ୍ଷର ଥାଇ ବାଙ୍କୀ ଅବକାରୀ ବିଭାଗର ମନମୁଖୀ ଜୁଲମ ବିରୁଧରେ ଏକ ଅଭିଯୋଗ ପତ୍ର କଟକ ଅବକାରୀ ବିଭାଗ ସୁପରିଟେଣ୍ଡଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସ୍ଥାନୀୟ ଅବକାରୀ ନିରିକ୍ଷକଙ୍କୁ ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସ୍ଥାନୀୟ ଚର୍ଚ୍ଚିକା ମନ୍ଦିର ତଳୁ ଜଣେ ସାଧାରଣ ଲୋକକୁ ମିଥ୍ୟା ଅବକାରୀ କେସରେ ଗିରଫ କରାଯାଇଛି। ଏହି କେସ୍‍କୁ ପ୍ରତ୍ୟାହାର କରାଯାଇ ନିସର୍ତ୍ତ ଖଲାସ କରାଯିବା ପାଇଁ ଅନୁରୋଧ କରାଯାଇଛି। ଲିଖିତ ଅଭିଯୋଗ କ୍ରମରେ ବାଙ୍କୀରେ ଅବକାରୀ ବିଭାଗର କାର୍ଯ୍ୟକଳାପକୁ ନେଇ ସାଧାରଣରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅବକାରୀ ବିଭାଗ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖି ଚୋରା ନିଶା କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଛାଡି ଉଦ୍ଦେଶ୍ୟ ମୂଳକ ଭାବରେ ସାଧାରଣ ଗରୀବ ଗୁରୁବାଙ୍କୁ ଅବକାରୀ ଅଭିଯୋଗରେ ଗିରଫ କରୁଥିବାରୁ ନିରିହ ଲୋକ ନାନା ହଇରାଣ ହରକତ ହେଉଛି। ବେଆଇନ ଭାବରେ ନିଶା କାରବାର କରୁଥିବା ଗିରଫଦାରୀଙ୍କୁ ଜନସାଧାରଣଙ୍କ ପକ୍ଷରୁ ସ୍ୱାଗତ କରାଯାଉଛି। ମାତ୍ର ଉଦ୍ଦେଶ୍ୟ ମୂଳକ ଭାବରେ ନିରୀହ ବ୍ୟକ୍ତିଙ୍କୁ ଘଟଣାରେ ଅଭିଯୁକ୍ତ ଭାବରେ ଫସାନଯିବା ପାଇଁ ନାରା ଦେଇଛନ୍ତି। ଧାରଣା ସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ପ୍ରତିବାଦ କାରୀଙ୍କୁ ବୁଝାସୁଝା କରିଲା ପରେ ଅବକାରୀ ନିରିକ୍ଷକ ଦାବୀପତ୍ର ଗ୍ରହଣ କରି ପ୍ରତିଶ୍ରୁତି ଦେଲାପରେ ପ୍ରତିବାଦକାରୀ ମାନେ ସେଠାରୁ ହଟିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories