www.samajalive.in
Saturday, December 6, 2025
14.1 C
Bhubaneswar

‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜନୀତି କରୁଛି ବିଜେଡି : କଂଗ୍ରେସ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରାଯାଇଛି। ଏଥିରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କା ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରି ଉକ୍ତ ବୈଠକକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ସମଗ୍ର ରାଜ୍ୟରେ ମିତବ୍ୟୟତା ଲାଗୁ ହୋଇଥିବା ବେଳେ ଗୋଟିଏ ଗୋଟିଏ ବୈଠକ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଏବଂ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିର୍ଦ୍ଦିଷ୍ଟ ଗୋଟିଏ ନିର୍ବାଚନ ମଣ୍ଡଳୀରେ ‘ଆମ ଗାଁ, ଆମ ବିକାଶ’ କାର୍ୟ୍ୟକ୍ରମ କରିବା ହେଉଛି ବିଜୁ ଜନତା ଦଳର ହୀନ ରାଜନୈତିକ ପ୍ରୟାସ ବୋଲି ଅଭିଯୋଗ କରିଛି  କଂଗ୍ରେସ। ‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି।

ବିଗତ ଦିନରେ ଯେଉଁସବୁ ସ୍ଥାନରେ ଉପନିର୍ବାଚନ ହୋଇଥିଲା ବିଜେପୁର, ପାଟକୁରା, ତିର୍ତୋଲ, ବାଲେଶ୍ୱରର ବିକାଶ ମୋ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେଠାରେ କ’ଣ ବିକାଶ ହୋଇଛି? ଅନୁରୂପ ଭାବେ ପିପିଲିରେ ମୁଖ୍ୟମନ୍ତ୍ରୀ ଏବେ ଏକ ନୂଆ ସ୍ଲୋଗାନ ‘ପ୍ରଗତି ପଥେ ପିପିଲି’ ଦେଇଛନ୍ତି। ତା’ର ଅର୍ଥ ୨୧ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ପିପିଲିରେ କୌଣସି ପ୍ରଗତି କରିନାହିଁ। କଂଗ୍ରେସ ବିକାଶକୁ ବିରୋଧ କରୁନାହିଁ, ବିକାଶ ନାଁରେ ଭଣ୍ଡାମୀକୁ ବିରୋଧ କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଜିର ଏହି କାର୍ୟ୍ୟକ୍ରମ କେବଳ ନିର୍ବାଚନୀ ଧୂଆଁବାଣ। ମୁଖ୍ୟମନ୍ତ୍ରୀଙ୍କର ପିପିଲି ପ୍ରତି ତିଳେମାତ୍ର ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories