www.samajalive.in
Sunday, December 14, 2025
23.1 C
Bhubaneswar

ଗାଁ କୁ ନାହିଁ ଭଲ ରାସ୍ତା, ଭରା ନାଳରେ ଗମନାଗମନର ସାହାରା ପାଲଟିଛି ଝୁଲା ଦଉଡି

ଚାନ୍ଦିପୁଟ :  ସରକାର ଗାଁ-ଗାଁକୁ ଗମନଗମନ ସୁବିଧା ପାଇଁ ମାଳ ମାଳ ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ହେଲେ ଅନେକ ସ୍ଥାନରେ ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ କେଉଁଠି ଉଚ୍ଚୁଳା ନାଳ ଉପରେ କାଠ ଗଣ୍ଡି ସାହାଯ୍ୟରେ ଲୋକେ ଯାତାୟତ କରୁଛନ୍ତି ତ ଅନ୍ୟ କେଉଁଠି ଚିରସ୍ରୋତା ନାଳ ପାର ହେବା ପାଇଁ ସାହାରା ପାଲଟିଛି ଝୁଲା ଦଉଡି ।

ଉଛୁଳା ନଦୀ ଉପରେ ଗାଁକୁ ଗମନାଗମନର ମାଧ୍ୟମ ପାଲଟିଛି ପ୍ଲାଷ୍ଟିକ ଝୁଲା ଦଉଡି। ନାଳର ଦୁଇ ପାର୍ଶ୍ବରେ ଥିବା ଗଛ କୁ ଗଛ ରେ ପ୍ଲାଷ୍ଟିକ ଦଉଡି  ବନ୍ଧାଯାଇଥିବା ବେଳେ ଗମନାଗମନ ପାଇଁ ବାଜିରେ ଲଗୁଛି ଅଞ୍ଚଳବାସୀଙ୍କ ଜୀବନ। ପାହଡିଆ ଝରଣାରେ ମିଶ୍ରିତ ଖରସ୍ରୋତା ନାଳର ଉଛୁଳା ଜଳରାଶିରେ କୁନି କୁନି ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ଦଉଡି ଧରି ଧରି ଦୌନିକ ଯାତାୟତ କରୁଛନ୍ତି । ତେବେ ଏଭଳି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହଁ ବରଂ ମୋହନା ବ୍ଲକ ସଦର ଠାରୁ ମାତ୍ର ୧୦ କିମି ମଧ୍ୟରେ ଅବସ୍ଥିତ ମେରାପଲ୍ଲି ପଞ୍ଚାୟତର ଚାମକୁଣ୍ଡା ଗ୍ରାମ ନିକଟରେ ଥିବା ଭୁତନାଳରେ । ବିଶେଷ କରି ବର୍ଷା ଦିନରେ ନାଳରେ ଯାତାୟତ ବେଳେ ଭାସିଯିବା ସମ୍ଭାବନା ହେତୁ ବିଦ୍ୟାଳୟ ଓ ଅଙ୍ଗନୱାଡି ଛାତ୍ରଛାତ୍ରୀ ମାନଙ୍କୁ ଗ୍ରାମର ଯୁବକ ମାନେ କାନ୍ଧେଇ ଦଉଡି ସାହାଯ୍ୟରେ ନାଳ ପାର କରୁଛନ୍ତି ।

- Advertisement -

ଗଜପତି ଜିଲ୍ଲା ମୋହନା ବ୍ଲକର ମେରାପଲ୍ଲୀ ଗ୍ରାମ ପଞ୍ଚାୟତର ୫ ନମ୍ବର ୱାର୍ଡରେ ରହିଛି ଚାମକୁଣ୍ଡା ଗ୍ରାମ। ଗାଁରେ ୧୫ଟି ଆଦିବାସୀ ପରିବାର ଆଜକୁ ପ୍ରାୟ ୮୦ ବର୍ଷ ଧରି ଚାଷ ବାସ କରି ରହିଆସୁଥିବା ବେଳେ ଗାଁ କୁଖଣ୍ଡିଏ ଭଲ ରାସ୍ତା ନାହିଁ  । ଗାଁ କୁ ଯିବାକୁ ହେଲେ କାଦୁଅ ଭରା ମାଟି ରାସ୍ତାରେ ଅଞ୍ଚଳବାସୀ ନିର୍ଭରଶୀଳ ହେଉଥିବା ବେଳେ ଗାଁ ଦୁଇ ପାର୍ଶ୍ବରେ ରାସ୍ତା ମଧ୍ୟରେ ରହିଛି ଦୁଇଟି ଖରସ୍ରୋତା ନାଳ । ମୋହନା ସଦର ମହକୁମାକୁ ଯାତାୟତ ବେଳେ ଗୋଟିଏ ପଟେ ଭୁତନାଳ ଏବଂ ପଞ୍ଚାୟତକୁ ଯାତାୟତ ବେଳେ ପିମ୍ପୁଡିନାଳ ରାସ୍ତା ଉପରେ ବାଧକ ସାଜିଛି । ତେବେ ଦୁଇ ଚିରସ୍ରୋତା ନାଳ ଉପରେ କୌଣସି ପୋଲ କିମ୍ବା କଲଭର୍ଟ ନଥିବା ହେତୁ ଦୈନିକ ବିପଦପୂର୍ଣ୍ଣ ଭାବେ ନାଳ ଦେଇ ପ୍ରବାହିତ ଉଚ୍ଚୁଳା ଜଳରାଶିକୁ ଦଉଡି ସାହାଯ୍ୟରେ ପାର ହେଉଛନ୍ତି ଅଞ୍ଚଳବାସୀ । ଉପରମୁଣ୍ଡରେ ଅସରାଏ ବର୍ଷା ହେଲେ  ପାହାଡିଆ ଝରଣା ପାଣିର ସମିଶ୍ରଣରେ ନାଳ ଜଳସ୍ଥର ବୃଦ୍ଧି ପାଇଥାଏ । ଯାଫଳରେ ଚାମକୁଣ୍ଡା ଗ୍ରାମଟି ବାହ୍ୟଜଗତରୁ ସମ୍ପୁର୍ଣ୍ଣ ବିଚ୍ଚିନ୍ନ ହୋଇପଡେ । ଗାଁ ଠାରୁ ଚାରିକିମି ଦୁରରେ ଥିବା ଭାଲିଆସାହି ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ପ୍ରାଥମିକ ବିଦ୍ୟାଳୟ ପାଇଁ ୫ କିମି ଦୁର କେରାଖାଲ ଗ୍ରାମକୁ ଯିବାକୁ ପଡୁଛି କୁନି କୁନି ପିଲାଙ୍କୁ । ସ୍ଥାସ୍ଥ୍ୟ କେନ୍ଦ୍ର ପାଇଁ ଗୋବିନ୍ଦପୁର ଓ ମୋହନା ଯିବାକୁ ପଡୁଥିବା ବେଳେ ଖରସ୍ରୋତା ନାଳ ରାସ୍ତାରେ ବାଧକ ସାଜୁଛି । ବିଶେଷ କରି ବର୍ଷାଦିନରେ ଗ୍ରାମବାସୀଙ୍କୁ ଅତି ଦୁର୍ଦ୍ଧଶାରେ ସମ୍ମୁଖୀନ ହେବା ସହ ଚିକିତ୍ସା ସୁବିଧା ନପାଇ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ଦୁଇ ବର୍ଷ ତଳେ ହୋଇଥିବା ବାତ୍ୟା ସମୟରେ ଜରୁରୀକାଳିନ ଚିକିତ୍ସା ସୁବିଧା ନପାଇ ଗ୍ରାମର ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ନାଳର ପ୍ରଖର ସ୍ରୋତରେ ଅନେକ ଥର ଗୋରୁଗାଈ ଭାସି ପ୍ରାଣ ହରାଇଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହି ରାସ୍ତା ନିର୍ମାଣ ହେଲେ ଚାମକୁଣ୍ଡା ସମେତ ବଲଡାପଙ୍କା , ବେଣୀପଦର, ଭାଲିଆସାହି, ପଦାସାହି, ମେରାମା, କୁଂକୁଣୀ, ପିଟିପୁର ଛକର ଅଞ୍ଚଳବାସୀ ଯାତାୟତର ସୁବିଧା ପାଇପାରିବେ । ଚାମକୁଣ୍ଡା ଗ୍ରାମକୁ ପକ୍କା ସଡକ ନିର୍ମାଣ ସହ ଅତି ଆବଶ୍ୟକୀୟ ଭୁତନାଳରେ ପୋଲଟିଏ ନିର୍ମାଣ କରିବାକୁ ବାରମ୍ବାର ବହୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇ ଆସିଛନ୍ତି । ଆଜକୁ ତିନିବର୍ଷ ତଳେ ଖୋଦ ମୋହନା ବିଧାୟକ ଦାସରଥି ଗମାଙ୍ଗ ଚାମକୁଣ୍ଡା ଗ୍ରାମକୁ ଗସ୍ତ ସମୟରେ ତୁରନ୍ତ ଛୋଟ ସେତୁ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ଗ୍ରାମର ଧର୍ମେନ୍ଦ୍ର ରଇତ, ଷଣ୍ଡ ରଇତ, ଏବଲ ମଣ୍ଡଳ, ରାଇକ ମଣ୍ଡଳ, ଲଳିତ ରଇତ ଅଭିଯୋଗ କରିଛନ୍ତି । ତେବେ ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବିକାଶ ଅଞ୍ଚଳବାସୀଙ୍କ ପାଇଁ ସାତସପନ ପାଲଟିଥିବା ବେଳେ ସରକାରଙ୍କ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଉନ୍ନତି ମୂଳକ ଯୋଜନାକୁ ଉପହାସ କରୁଛି । ତୁରନ୍ତ ପ୍ରଶାସନ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ସଡକ ଓ ସେତୁ ନିର୍ମାଣ କରିବାକୁ  ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories