www.samajalive.in
Saturday, December 6, 2025
14.1 C
Bhubaneswar

ଅଭିଯୁକ୍ତଙ୍କ ଗିରଫ ଦାବି : ରାସ୍ତାରୋକ, ଥାନା ଘେରାଉ

ଚନ୍ଦନପୁର : ଜମି ଦଖଲକୁ କେନ୍ଦ୍ରକରି ଚନ୍ଦନପୁର ଥାନା ବୀର ପ୍ରତାପପୁର ପଞ୍ଚାୟତର ମଙ୍ଗଳାସାହିରେ ଶନିବାର ଗଣ୍ଡଗୋଳ ଘଟିଛି। ପୁଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଗ୍ରାମର ଦୁଇଜଣ ଲୋକଙ୍କୁ ମାଡ଼ମାରି ଆହତ କରିଛନ୍ତି। ଏଥିନେଇ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ଚନ୍ଦନପୁର ବଜାର ମୁଖ୍ୟ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ଉତ୍ତ୍ୟକ୍ତ ମହିଳା ଏବଂ ପୁରୁଷ ହାତରେ ଠେଙ୍ଗା ଧରି ଥାନା ମଧ୍ୟକୁ ଧସେଇ ପଶିଥିଲେ।
ସୂଚନା ମୁତାବକ, ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜମିରେ ପୁରୁଷାନୁକ୍ରମେ ପ୍ରାୟ ୧ଶହରୁ ଅଧିକ ପରିବାର ବାସ କରୁଅଛନ୍ତି। ଗତ ୧ବର୍ଷ ପୂର୍ବେ ଜମି ମାଲିକ ବୀର ପ୍ରତାପପୁର ପଞ୍ଚାୟତର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଜମି ବିକ୍ରି କରି ଦେଇଛନ୍ତି। ଶନିବାର ଦିନ ବର୍ତ୍ତମାନର ଜମି ମାଲିକ ଚନ୍ଦନପୁର ପୁଲିସ ଉପସ୍ଥିତିରେ ଜମି ଦଖଲ ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଳାସାହିର ଲୋକଙ୍କ ସହିତ ନିଷ୍ପତ୍ତି ହୋଇଥିଲା। ସେଠାରେ ସାମାନ୍ୟ ବଚସାରୁ ଜମି ମାଲିକଙ୍କ ସହିତ ଯାଇଥିବା କିଛି ବ୍ୟକ୍ତି ଗ୍ରାମର ଲିଙ୍ଗରାଜ ଭୋଇ(୨୨)ଙ୍କୁ ମାଡ ମାରିଥିଲେ। ଏଥିରେ ମଙ୍ଗଳାସାହିର ଲୋକେ ଉତ୍ତ୍ୟକ୍ତ ହୋଇ ଆଲୋଚନା ପାଇର୍ ମନା କରିବା ସହିତ ଆହତ ଯୁବକଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସନ୍ଧ୍ୟା ୬ଟାରେ ମଙ୍ଗଳାସାହିର କାଳୁ ଚରଣ ଭୋଇ(୨୫) ଘରକୁ ଫେରୁଥିବା ବେଳେ ଦାମୋଦରପୁର ବଜାରରେ ତାଙ୍କୁ ଜମି ମାଲିକଙ୍କ ଲୋକ ମାଡମାରି ଆହତ କରିଥିଲେ। ପୁଲିସ ଉପସ୍ଥିତିରେ ମାଡ଼ ଘଟଣା ଘଟିଥିବା ବେଳେ ସ୍ଥାନୀୟ ପୁଲିସ ମାଡ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରି ମଙ୍ଗଳାସାହିର ଲୋକମାନେ ଉତ୍ତ୍ୟକ୍ତ ହୋଇ ପ୍ରଥମେ ଦାମୋଦରପୁର ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପରେ ଉକ୍ତ ସାହିର ମହିଳାମାନେ ହାତରେ ଠେଙ୍ଗା ଧରି ଥାନା ଭିତରେ ଧସେଇ ପଶିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଚନ୍ଦନପୁର ଥାନା ଆଗରେ ଟାୟାର ଜାଳି ପୁନରାୟ ରାସ୍ତା ଅବରୋଧ କରିବା ସହିତ ଥାନା ଘେରାଉ କରିଥିଲେ। ମଙ୍ଗଳାସାହି ପକ୍ଷରୁ କୁମର ଭୋଇ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଛନ୍ତି। ଚନ୍ଦନପୁର ଥାନାଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ଅନୁରୋଧରେ ପୁରୀରୁ ରିଜର୍ଭ ପୁଲିସ ଆସିବା ପରେ ରାତି ୯ଟାରେ ରାସ୍ତା ଅବରୋଧ ହଟିଥିଲା। ଚନ୍ଦନପୁର ଥାନାଧିକାରୀ ଶ୍ରୀ ପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳାସାହି ଗ୍ରାମବାସୀଙ୍କ ସହିତ ଆଲୋଚନା ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories