www.samajalive.in
Saturday, December 6, 2025
16.1 C
Bhubaneswar

ଚଳିତ ବର୍ଷ ବଢିଛି ୧୦%  ଦୁର୍ଘଟଣା ; ଭୁବନେଶ୍ବରରେ ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା ଅଧିକ

ଭୁବନେଶ୍ବର : ରାଜ୍ୟରେ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କିଛି ଲୋକଙ୍କ ପ୍ରାଣହାନି ଘଟିଥିବା ଅନେକ ଆହତ ହୋଇଛନ୍ତି । ମଦ୍ୟପାନ ଓ ମୋବାଇଲ୍ ଜନିତ କାରଣରୁ ଦୁର୍ଘଟଣା ବଢୁଥିବା ଜଣାପଡିଛି । ଭୁବନେଶ୍ବରରେ ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ୧୦ ପ୍ରତିଶତ ବୃଦ୍ଧି ପାଇଛି । ସଡକ ସୁରକ୍ଷା ପରିଷଦ ବୈଠକ ପରେ ପରିବହନ ସଚିବ ଏହି ସୂଚନା ଦେଇଛନ୍ତି । ଏହା ସହ ଅଜଣା ଗାଡି ଧକ୍କାରେ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ପରିବହନ ସଚିବ କହିଛନ୍ତି ।

ସୂଚନାଯୋଗ୍ୟ, ସୋମବାର ପୃଥକ ପୃଥକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଭଦ୍ରକ-ବନ୍ତ ରାସ୍ତାର ଟିଲୋ କେନାଲ ଛକ ନିକଟରେ ହାଇୱା ଧକ୍କାରେ ଜଣେ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି । ସେହିପରି ନୟାଗଡ଼ରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୧୨ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ତେଲକୋଇର ବିମଳା ନିକଟରେ ଦୁଇଟି ବାଇକ୍‌ ପରସ୍ପର ସହ ଧକ୍କା ହୋଇ ୮ ବର୍ଷର ନାବାଳକ ସମେତ ୩ ଜଣ ଗୁରୁତର ହୋଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲା ସୁନାପାଳ ଛକରେ ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର କଣ୍ଠାଳିଆ ଛକରେ ବାଇକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ପରେ ରାସ୍ତା ତଳକୁ ବୋଲେରୋ ଗାଡ଼ିଟି ଓଲଟି ପଡ଼ିଛି । ସମସ୍ତ ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories