www.samajalive.in
Friday, December 5, 2025
20.1 C
Bhubaneswar

ମୃତଦେହ ରଖି ଜିଦ୍‌ରେ ଆନ୍ଦୋଳନକାରୀ

ବିଶ୍ରା : ରାଉରକେଲା ରେଳ ଲାଇନ୍ ନିର୍ମାଣକୁ ବିରୋଧରୁ ଯୁବକଙ୍କ ମୃତ୍ୟୁ ଘଟଣା । ଗ୍ରାମବାସୀମାନେ ଆଜି ବି  ଜିଦରେ ଅଟଳ  ରହିଛନ୍ତି।  ଘଟଣାସ୍ଥଳରେ ଏବେବି ମୃତଦେହ ପଡିରହିଛି। ରେଳ ଲାଇନ୍ ନିର୍ମାଣକୁ ବିରୋଧ କରି ଲୋକମାନେ ମୃତଦେହ ନେଉନାହାନ୍ତି। ସୂଚନା ମୂତାବକ ଗତକାଲି ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପଞ୍ଚାୟତ ଡୁମେରତା ରେଳଷ୍ଟେସନରୁ ରାଉରକେଲା ଇସ୍ପାତ କାରଖାନା ପର୍ଯ୍ୟନ୍ତ ବିଛାଯାଉଥିବା ରେଳ ଲାଇନର ନିର୍ମାଣ କାର୍ଯ୍ୟ ବେଳେ ପୁଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଘଟଣାସ୍ଥଳରେ ନିୟୋଜିତ ଏକ ଜେସିବି ଧକ୍କାରେ ଜଣେ ବିକ୍ଷୋଭକାରୀଙ୍କ ଜୀବନ ଚାଲିଯିବା ପରେ ଏହି ଘଟଣା ଉଗ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ । ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଜଣେ ଅତିରିକ୍ତ ତହସିଲଦାର ଏବଂ ବନ୍ଧମୁଣ୍ଡା ଆଇଆଇସିଙ୍କ ସମେତ ୮ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଜିଲା ପ୍ରଶାସନ ଉପସ୍ଥିତିରେ ଜଣେ ଆଦିବାସୀ ଯୁବକଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ ସହ ଶବ ରଖି ଧାରଣା ଦେଇଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories