ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ
ଭୁବନେଶ୍ୱର: ବିଜେପୁରରେ ନବ ନିର୍ବାଚିତ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଧାୟିକା ଭାବେ ଶପଥ ନେଇଛନ୍ତି । ମଙ୍ଗଳବାରରେ ଓଡିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଆମାତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବାଚସ୍ପତିଙ୍କ ପ୍ରକୋଷ୍ଠରେ ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି ।
ଶପଥ ଗ୍ରହଣ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ନେହାଙ୍ଗୀନ ଛୁରିଆ, ନିରଞ୍ଜନ ପୁଜାରୀ, ବରିଷ୍ଠ ନେତା ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପୁରରେ ଅନୁଷ୍ଟିତ ଉପ ନିର୍ବାଚନରେ ରୀତା ସାହୁ ବିଜେପିର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।