www.samajalive.in
Saturday, December 13, 2025
26.1 C
Bhubaneswar

କଟକରେ ଡବଲ୍‌ ଏନକାଉଣ୍ଟର: ଦୁଇ ଅପରାଧୀ ଆହତ

କଟକ: କଟକରେ ଡବଲ୍‌ ଏନକାଉଣ୍ଟର। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ କଟାସ ରାଉତ ଏବଂ ଶୁଭ୍ରାଂଶୁ ପରିଡାକୁ ଏନ କାଉଣ୍ଟର କରାଯାଇଛି। ଚୌଦ୍ଵାର ପୁଲିସ୍ ଏବଂ ସ୍ପେଶାଲ ସ୍କ୍ଵାଡ ମିଳିତ ଭାବେ ଏନକାଉଣ୍ଟର କରିଛି। କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ୍  ଚୌଦ୍ଵାର ଇନ୍ଦ୍ରାଣୀପାଟଣାରେ ଚଢାଉ କରିଥିଲା। ଧରିବାକୁ ଯାଇଥିବାବେଳେ ଉଭୟ ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ। ପୁଲିସର ପାଲଟା ଗୁଳିରେ ଉଭୟ ଆହତ ହୋଇଥିବା ସୂଚନା ମିଳିଛି। ଉଭୟଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ନିକଟରୁ ବନ୍ଧୁକ ସହ ଗୁଳି ଜବତ ହୋଇଛି। ସେପଟେ କଟାସ ନାଁରେ ୧୫ ଏବଂ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ରହିଥିବା ସୂଚନା ମିଳିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories