www.samajalive.in
Sunday, December 7, 2025
23.1 C
Bhubaneswar

ସେନାରେ ୧ଲକ୍ଷ କର୍ମଚାରୀ ପଦ ଖାଲି

ନୂଆଦିଲ୍ଲୀ: ଦେଶର ସୈନ୍ୟ ବାହିନୀରେ ଏକ ଲକ୍ଷରୁ ଅଧିକ ପଦ ଖାଲିପଡିଛି। ସୈନ୍ୟ ବାହିନୀରେ ଅନୁମୋଦିତ ମୋଟ କର୍ମଚାରୀ ସଂଖ୍ୟା ୧୨.୪୮ ଲକ୍ଷ ହୋଇଥିବାବେଳେ ଏବେ ୧୧.୦୫ ଲକ୍ଷ କର୍ମଚାରୀ କାମ କରୁଛନ୍ତି। ଖାଲିପଡିଥିବା କର୍ମଚାରୀଙ୍କ ମଧ୍ୟରୁ ୯୨, ୪୧୦ ହେଉଛନ୍ତି ଜୁନିୟର କମିସନଡ୍ ଅଫିସର୍ସ (ଜେସିଓ) ଓ ନନ୍ କମିସନଡ୍ ଅଫିସର୍ସ(ଏନସିଓ)। ଯାହା ମୋଟ ଅନୁମୋଦିତ ପଦର ୭.୭୨%। ସେହିପରି ଅଫିସର ପଦସଂଖ୍ୟା ୫୦,୫୩୮ ହୋଇଥିବାବେଳେ ୪୨,୦୯୫ ଜଣ କାର୍ଯ୍ୟରତ ଅଛନ୍ତି। ଚୀନ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖାରୁ ସୈନ୍ୟ ପ୍ରତ୍ୟାହାର ସତ୍ତ୍ବେ ଏଠାରେ ୫୦,୦୦୦ରୁ ଅଧିକ ସୈନିକ ମୁତୟନ ଅଛନ୍ତି। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ଲାଗି ଏଠାରେ ୧୫,୦୦୦ ସୈନ୍ୟ ମୁତୟନ ଅଛନ୍ତି। ସେନାରେ କର୍ମଚାରୀ ବା ସୈନିକ ପଦ ପୂରଣ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଗ୍ନିବୀର ଯୋଜନା ଉପରେ ଗୁରୁତ୍ବ ଦେଉଛି। ଅଗ୍ନିବୀର ଯୋଜନାରେ ୧୦ବର୍ଷ ପାଇଁ ଠିକା ସୈନିକ ନିଯୁକ୍ତି କରାଯାଉଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories