www.samajalive.in
Monday, December 15, 2025
27.1 C
Bhubaneswar

ଦହି ସହ ଏସବୁ ମିଶାଇ ଖାଇଲେ : ମିଳେ ଆଶ୍ଚର୍ଯ୍ୟଜନକ ଲାଭ..

ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ତେବେ ଏପରି କେତେକ ଜିନିଷ ରହିଛି,ଯାହାକୁ ଦହି ସହ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପ୍ରୋଟିନ ଓ ଭିଟାମିନ ମିଳିଥାଏ। ଏହାସହ ଆଇରନ ଓ ଫସଫରସ ମଧ୍ୟ ରହିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଜାଣନ୍ତୁ ଦହି ସହ କେଉଁ ଜିନିଷ ମିଶାଇ ଖାଇବେ..
ଦହି ସହ ଚିନି ମିଶାଇ ଖାଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ। ଏହାଦ୍ୱାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ। କାର୍ୟ୍ୟ କରିବାକୁ ହାଲିଆ ଅନୁଭବ ହୋଇନଥାଏ।

ପାଟିରେ ଲାଲ ଦାଗ କିମ୍ବା ପାଟିରେ କୌଣସି ସମସ୍ୟା ଥିଲେ ଦହିରେ ଏକ ଚାମଚ ମହୁ ମିଶାଇ ଖାଆନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ପାଟିର ଅନେକ ସମସ୍ୟାକୁ ଦୂର କରିଥାଏ। ଏହାସହ ଦହି ପେଟକୁ ଥଣ୍ଡା ରଖିଥାଏ।

- Advertisement -

ଦହି ସହ ସାମାନ୍ୟ ଲୁଣ ମିଶାଇ ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ଦହି ମୁଖ୍ୟତଃ ଏସିଡିଟି ଦୂର କରିଥାଏ।
ଦହି ଓ ଜୁଆଣୀ ମିଶାଇ ଖାଇବା ଦ୍ୱାରା ଶରୀରରୁ ଅନେକ ରୋଗ ଦୂର ହୋଇଥାଏ। ଦାନ୍ତରେ ଯନ୍ତ୍ରଣା ଥିଲେ ଏହାର ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ। ପାଟିରେ ଭିତରେ ହେଉଥିବା ଲାଲ ଦାଗ ମଧ୍ୟ ଦୂର ହୋଇଥାଏ।

ଦହି ଓ ଗୋଲମରିଚର ଅନେକ ଲାଭ ରହିଛି। ଏହାଦ୍ୱାରା କେଶ ଝଡିବା ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ୩ ଚାମଚ ଦହିରେ ୧ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ କେଶ ମୂଳରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା କେଶ ରେଶମୀ ହେବା ସହ କେଶ ଝଡିବା କମିଥାଏ।

ଓଜନ ବୃଦ୍ଧି ଆପଣଙ୍କ ପାଇଁ ସମସ୍ୟା ପାଲଟିଥିଲେ, ଓଜନ ହ୍ରାସ ପାଇଁ ଦହିରେ ଜିରା ମିଶାଇ ଖାଆନ୍ତୁ। ଜିରାକୁ ସାମାନ୍ୟ ପେଷି ଦହିରେ ମିଶାଇ ଖାଆନ୍ତୁ। ଏକ ଗ୍ଲାସ ଦହିରେ ଜିରା ମିଶାଇ ପିଅନ୍ତୁ। ଏହାଦ୍ୱାରା ଓଜନ ହ୍ରାସ ହୋଇଥାଏ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories