www.samajalive.in
Wednesday, December 10, 2025
17.1 C
Bhubaneswar

୪୮ ଘଣ୍ଟା ପରେ ଉଦ୍ଧାର ହେଲେ ରାଇସ୍ ମିଲ ମାଲିକ

ବୋରିଗୁମ୍ମା: ୪୮ ଘଣ୍ଟା ପରେ ଉଦ୍ଧାର ହେଲେ ରାଇସ୍ ମିଲ ମାଲିକ । ରବିବାର ବିଳମ୍ବିତ ରାତିରେ କୋରାପୁଟ ପୁଲିସ୍ ମିଲ୍ ମାଲିକ ଏ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି। କିନ୍ତୁ ଅପହରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ସୂଚନା ମୂତାବକ ଗତ ଶୁକ୍ରବାର ରାତିରେ ରମେଶ ପେରାହାନ୍ଦି ମିଲରୁ ନିଜ ଘରକୁ ଫେରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅପହରଣ କରି ନେଇଥିଲେ।  ଅପହରଣ ପରେ ଦୁର୍ବୁତ୍ତମାନେ ଲକ୍ଷାଧିକ ଟଙ୍କା ମାଗୁଥିଲେ । ଏ ନେଇ ପରିବାର ଲୋକ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ୩ଟି ଟିମ୍ ଗଠନ କରାଯାଇ ଖୋଳତାଡ଼ ଆରମ୍ଭ ହୋଇଥିଲା। ଶେଷ ଦୀର୍ଘ ୪୮ ଘଣ୍ଟାର ଖୋଜାଖୋଜି ପରେ ପୁଲିସ୍ ରମେଶଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories