www.samajalive.in
Monday, December 15, 2025
15.1 C
Bhubaneswar

୯ ମାସରେ ଜମାକାରୀଙ୍କୁ ଅର୍ଥ ଫେରସ୍ତ

ନୂଆଦିଲ୍ଲୀ : ସାହାରା ଗୋଷ୍ଠୀ (ଗ୍ରୁପ୍‌) ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ନଅ ମାସ ମଧ୍ୟରେ ଅର୍ଥ ଫେରସ୍ତ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଏମ୍‌. ଆର୍‌. ଶାହ ଏବଂ ବିଚାରପତି ସି ଟି ରବିକୁମାରଙ୍କ ଖଣ୍ଡପୀଠ ଅନ୍ତରୀଣ ଆଦେଶନାମା ଜାରି କରିଛନ୍ତି। ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ଲାଗି ପିନାକ ପାଣି ମହାନ୍ତି ବନାମ କେନ୍ଦ୍ର ସରକାର ମାମଲାରେ ନ୍ୟାୟାଳୟ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଆବେଦନକୁ ଗ୍ରହଣ କରି ସାହାରା-ସେବି ଫେରସ୍ତ ଖାତାରେ ପଡ଼ିରହିଥିବା ୨୪,୯୭୯.୬୭ କୋଟିରୁ ୫ ହଜାର କୋଟି ଟଙ୍କା ଜମାକାରୀଙ୍କୁ ଫେରସ୍ତ ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଏଥିଲାଗି କେନ୍ଦ୍ରୀୟ ସମବାୟ ନିବନ୍ଧକଙ୍କ ଖାତାକୁ ୫ ହଜାର କୋଟି ଟଙ୍କା ସ୍ଥାନନ୍ତର କରାଯିବ। ସ୍ୱଚ୍ଛ ଏବଂ ପାରଦର୍ଶୀ ପ୍ରକ୍ରିୟାରେ ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପରେ ଅର୍ଥ ଫେରସ୍ତ ଆରମ୍ଭ ହେବ। ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଆର୍‌.ସୁଭାଷ ରେଡ୍ଡୀଙ୍କୁ ଫେରସ୍ତ ପ୍ରକ୍ରିୟାର ତଦାରଖ ଦାୟିତ୍ୱ ନ୍ୟସ୍ତ ହୋଇଛି ଏବଂ ମାମଲାରେ ଅଦାଲତମିତ୍ର ଗୌରବ ଅଗ୍ରୱାଲ ସହାୟତା କରିବେ। କେନ୍ଦ୍ରୀୟ ସମବାୟ ନିବନ୍ଧକ ଉଭୟ ଅବସରପ୍ରାପ୍ତ ବିଚାରପତି ଆର ସୁଭାଷ ରେଡ୍ଡୀ ଏବଂ ଅଦାଲତମିତ୍ର ଗୌରବ ଅଗ୍ରୱାଲଙ୍କ ପରାମର୍ଶକ୍ରମେ ଫେରସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରିବାକୁ ନ୍ୟାୟାଳୟ ରାୟ ପ୍ରଦାନ କରିଛନ୍ତି। ଫେରସ୍ତ ପ୍ରକ୍ରିୟାରେ ସହାୟତା ଲାଗି ଅବସରପ୍ରାପ୍ତ ବିଚାରପତି ସୁଭାଷ ରେଡ୍ଡୀଙ୍କୁ ମାସିକ ୧୫ ଲକ୍ଷ ଏବଂ ଅଦାଲତମିତ୍ର ଗୌରବ ଅଗ୍ରୱାଲଙ୍କୁ ମାସିକ ୫ ଲକ୍ଷ ଟଙ୍କା ଭତ୍ତା ମିଳିବ। ଜମାକାରୀଙ୍କୁ ଅର୍ଥ ଫେରସ୍ତ ପରେ ବଳକା ରାଶି ପୁର୍ନବାର ସାହାରା-ସେବି ଫେରସ୍ତ ଖାତାକୁ ଯିବ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories