ପତ୍ନୀଙ୍କ ବିୟୋଗରେ ଜଜ୍ଙ୍କ ଆତ୍ମହତ୍ୟା
ଗାଜିଆବାଦ: ସିହାନୀ ଗେଟ ଥାନା ଅଧିନରେ ଜନୈକ ୮୦ବର୍ଷିୟ ଅବସରପ୍ରାପ୍ତ ବିଚାରପତି ଘରେ ଥିବା ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ପତ୍ନୀଙ୍କ ମୃତ୍ୟୁ ପରେ ସେ ମାନସିକ ଭାବରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗ ପୁଲିସ ତଦନ୍ତରେ ପ୍ରକାଶ କରିଛନ୍ତି। ସୂଚନା ମୁତାବକ ଘଟଣା ସକାଳ ୫ଟା ୪୫ମିନିଟରେ ଘଟିଥିଲା। ଦେବଦତ୍ତ ଶର୍ମା ନାମକ ଏହି ବିଚାରପତି ନିଜ କୋଠରୀ ମଧ୍ୟରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ। ପ୍ରଥମେ ଦେବଦତ୍ତଙ୍କ ପୁତ୍ରବଧୂ ସକାଳେ ଚାହା ନେଇ ଶ୍ୱଶୁର କୋଠରୀରେ ଆସି ତାଙ୍କ ମୃତ ଅବସ୍ଥାରେ ଦେଖିଥିଲେ। ଶ୍ୱଶୁରଙ୍କ ଏଭଳି ଅବସ୍ଥାରେ ଦେଖି ପୁତ୍ରବଧୂ ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କୁ ଡାକ ପକାଇଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି।