ଅଗଷ୍ଟରେ ଖୁଚୁରା ମୁଦ୍ରସ୍ଫୀତି ୩.୬୯%, ୧୦ ସାସରେ ସବୁଠାରୁ ନିମ୍ନରେ

0

ନୂଆଦିଲ୍ଲୀ : ଟଙ୍କାର ମୂଲ୍ୟ ହ୍ରାସ ଏବଂ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ମଧ୍ୟରେ ସରକାରଙ୍କ ପାଇଁ ଖୁସି ଖବର। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରସ୍ଫୀତି ଦର ହ୍ରାସ ପାଇ ୩.୬୯ ପ୍ରତିଶତ ହୋଇଛି । ଯାହାକି ବିଗତ ୧୦ ମାସ ମଧ୍ୟରେ ସବୁଠାରୁ କମ୍‍। ଜୁଳାଇରେ ଖୁଚୁରା ମୁଦ୍ରସ୍ଫୀତି ୪.୧୭ ପ୍ରତିଶତ ଥିଲା। ସେହିପରି ଗତ ବର୍ଷ ଏହି ସମୟରେ ଖୁଚୁରା ମୁଦ୍ରସ୍ଫୀତି ଦର ୩.୨୮ ପ୍ରତିଶତ ଥିଲା। ଖାଦ୍ୟ ପଦାର୍ଥର ମୂଲ୍ୟ ହ୍ରାସ ଯୋଗୁଁ  ଖୁଚୁରା ମୁଦ୍ରସ୍ଫୀତି ଦରରେ ଏହି ହ୍ରାସ ଘଟିଛି। ଜୁଲାଇରେ ଖାଦ୍ୟ ମୁଦ୍ରସ୍ଫୀତି ୧.୩ ପ୍ରତିଶତ ଥିଲା। ଯାହା ଅଗଷ୍ଟରେ ୦.୨୯ ପ୍ରତିଶତ ହୋଇଛି।

Leave A Reply