www.samajalive.in
Friday, December 12, 2025
14.1 C
Bhubaneswar

ଅଲିଭ ରିଡଲେଙ୍କ ସୁରକ୍ଷା, ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କଲେ ଡିଏଫଓ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ମିଳନ ପ୍ରକ୍ରିୟାର ସମୟ ଆସିଯାଇଛି। ଯାହାଫଳରେ ବନ ବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ ସମୁଦ୍ରରେ ପାଟ୍ରୋଲିଂ ବ୍ୟବସ୍ଥା ବୁଧବାର ଦିନ ଆରମ୍ଭ ହୋଇଛି। ମୁହାଁଣ ଠାରୁ ସମୁଦ୍ରର ୨୦ କିଲୋମିଟର ଏବଂ ମୁହାଁଣର ଉଭୟ ପାର୍ଶ୍ୱ ଉତ୍ତରରେ ପ୍ରୟାଗି ଓ ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ କଟକଣା କରାଯାଇଛି। ଅଲିଭ ରିଡଲେଙ୍କ ସୁରକ୍ଷା ଦୃଷ୍ଟିରୁ ମୁହାଁଣର ଉଭୟ ଉଭୟ ପାର୍ଶ୍ୱର ୧୦ କିଲୋମିଟର ପର୍ଯ୍ୟନ୍ତ ଓ ଗଭୀରକୁ ୨୦ କିଲୋମିଟର ପାର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡ଼ଙ୍ଗା ସାହାଯ୍ୟରେ ମତ୍ସ୍ୟଜିବୀ ମାନେ ମାଛ ମାରିବା ନେଇ ବାରଣ କରାଯାଇଛି।
ପାଟ୍ରୋଲିଂ ପାଇଁ ଏକ ସ୍କ୍ୱାର୍ଡ  ବାହାରିଥିଲେ। ଏହାକୁ ପତାକା ଦେଖାଇ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋକର ଶୁଭ ଉଦଘାଟନ କରିଥିଲେ। ପ୍ରଥମ ଦିବସରରେ ଡ଼ିଏଫଓ ଶ୍ରୀ ଖୋକରଙ୍କ ସହ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ରମ୍ଭା ଫରେଷ୍ଟର ରତ୍ନା କୁମାର ବେହେରା ପ୍ରମୁଖଙ୍କ ସହ ପାଟ୍ରୋଲିଂ ଟିମ୍ ସମୁଦ୍ର ମଧ୍ୟରେ ପ୍ରାୟ ୧୦ ରୁ ୧୫ କିଲୋମିଟର ପର୍ଯ୍ୟନ୍ତ ବୁଲି ଆସିଥିଲେ। ଆଗାମି ଦିନରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବ୍ୟାପକ କରାଯିବା ସହ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନେଇ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories