ଯାତ୍ରୀ ନିବାସ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ
ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଏକ ଯାତ୍ରୀ ବିଶ୍ରାମଗାର ରହିଛି। ଯାତ୍ରୀଙ୍କ ସୁବିଧାପାଇଁ ଏହି ବିଶ୍ରାମଗାରଟି ନିର୍ମାଣ ହୋଇଥିବା ବେଳେ ତାହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାତ୍ରୀବିଶ୍ରାମଗାର ପରିସରରେ ମଦବୋତଲ ,ପ୍ଲାଷ୍ଟିକ ଗ୍ଲାସ ଗଡୁଥିବା ଚିତ୍ର ସାମ୍ମନାକୁ ଆସିଛି। ମେଡିକାଲ ପାଖରେ ଅସାମାଜିକଙ୍କ ଏଭଳି ଆଡ୍ଡାସ୍ଥଳୀ ଜମୁଥିବାବେଳେ ଏହାଠାରୁ ମାତ୍ର ୪ଶହ ମିଟର ଦୂରରେ ଥାନା ରହିଥିଲେ ମଧ୍ୟ ପୁଲିସ ଏହାର ଟେର ନପାଇବା ଘଟଣା ସାଧାରଣରେ ବିସ୍ମୟ ପ୍ରକାଶ କରିଛି । ଅନ୍ୟପଟେ ମେଡିକାଲଠାରୁ ୩ଶହ ମିଟର ଦୂରରେ ଏକ ବିଦେଶୀ ମଦ ଦୋକାନ ରହିଛି ।ମଦ୍ୟପମାନେ ସେଠାରୁ ମଦ ଆଣି ରାତିରେ ଯାତ୍ରୀ ବିଶ୍ରାମଗାରରେ ଆଡ୍ଡା ଜମାଉଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ପୁଲିସ ପ୍ରଶାସନ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।
Comments are closed.