www.samajalive.in
Sunday, December 14, 2025
19.1 C
Bhubaneswar

ଫାଇନାଲ ମ୍ୟାଚ ପାଇଁ ଆଇସିସିର ଅତିରିକ୍ତ ଦିବସ ଧାର୍ଯ୍ୟ

ମେଲବୋର୍ଣ୍ଣ : ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଟ୍ବେଣ୍ଟି-୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ଫାଇନାଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଷ୍ଟ୍ରେଲୀୟ ପାଣିପାଗ ବିଭାଗ ଅନୁଯାୟୀ ରବିବାର ମେଲବୋର୍ଣ୍ଣରେ ବର୍ଷା​‌ ହେବାର ୯୫ପ୍ରତିଶତ ସମ୍ଭାବନା ରହିଛି। ବର୍ଷାର ପରିମାଣ ୫ରୁ ୧୦ ମିଲିମିଟର ହୋଇପାରେ। ଆଇସିସି ବର୍ଷାକୁ ଦୃଷ୍ଟିରେ ରଖି ଫାଇନାଲ ପାଇଁ ଅତିରିକ୍ତ ଦିବସ ଧାର୍ଯ୍ୟ କରିଛି। ମ୍ୟାଚ ଯଦି ୧୦ ଓଭର ବିଶିଷ୍ଟ ହୋଇନପାରେ ତେବେ ଅତିରିକ୍ତ ଦିବସରେ ଖେଳାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ବର୍ଷା ପାଇଁ ଯଦି ଦୁଇଦିନ ଯାକ ମ୍ୟାଚ ଖେଳାଯିବା ସମ୍ଭବପର ନହୁଏ ତେବେ ଉଭୟ ଇଂଲଣ୍ଡ ଓପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ପ୍ରଥମତଃ ଫାଇନାଲ ମ୍ୟାଚକୁ ରବିବାର ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି। ମ୍ୟାଚ ସ୍ଥାନୀୟ ସମୟ ଅନୁଯାୟୀ ରାତି ୭ଟାରୁ ଖେଳାଯିବ। ଯଦି ରବିବାର ମ୍ୟାଚ ସମ୍ଭବପର ନହୁଏ ତେବେ ସୋମବାର ସ୍ଥାନୀୟ ସମୟ ଅପରାହ୍ଣ ୩ଟାରୁ ଖେଳାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପୂର୍ବରୁ ବର୍ଷା ପାଇଁ ୨୦୦୨ ଆଇସିସି ଚମ୍ପିଆନ୍‌ସ ଟ୍ରଫି ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ହୋଇଥିବାବେଳେ ୨୦୧୯ ଦିନିକିଆ ବିଶ୍ବକପର ଭାରତ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦ୍ବିତୀୟ ଦିନରେ ଖେଳାଯାଇଥିଲା।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories