www.samajalive.in
Sunday, December 7, 2025
26.1 C
Bhubaneswar

କ୍ବାରେଣ୍ଟାଇନ ଅବଧି ସରିବା ପରେ ତଲୋଜା ଜେଲକୁ ସ୍ଥାନାନ୍ତର ହେଲେ ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବଇ : ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା’ କୁମୁଦ ନାଏକଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ରବିବାର ଦିନ ମହାରାଷ୍ଟ୍ରର ତଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି। ଗତ ବୁଧବାର ଗିରଫ ହୋଇଥିବା ଅର୍ଣ୍ଣବ ଗୋସ୍ବାମୀଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ବିଚାରପତି ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇଦେଇଥିଲେ। ତେବେ କୋଭିଡକୁ ଦୃଷ୍ଟିରେ ରଖି ଜେଲକୁ ସ୍ଥାନାନ୍ତର ପୂର୍ବରୁ ଅର୍ଣ୍ଣବଙ୍କୁ ଆଲିବାଗରେ ଥିବା କ୍ୱାରାଣ୍ଟିନ୍ ସେଣ୍ଟରରେ ୪ ଦିନ ଆଇସୋଲେସନରେ ରଖାଯାଇଥିଲା। ସେଠାରେ କ୍ୱାରେଣ୍ଟାଇନ ଅବଧି ପୂରଣ ହେବା ପରେ ତାଙ୍କୁ ତଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଜେଲ୍‌ର ବ୍ୟାରେଜକୁ ଯିବା ପୂର୍ବରୁ ଅର୍ଣ୍ଣବଙ୍କୁ କିଛି ଦିନ ଜେଲ ଭିତରେ ଥିବା ଏକ କ୍ୟାଣ୍ଟିନ କେନ୍ଦ୍ରରେ ରଖାଯିବ ବୋଲି ତଲୋଜା ଜେଲର ଏସପି କସ୍ତୁଭ କୁରଲେକର କହିଛନ୍ତି।

ଅନ୍ୟପଟେ କୋର୍ଟ ଅର୍ଣ୍ଣବଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବା ପରେ ଆଲିବାଗରେ ଥିବା କ୍ୱାରାଣ୍ଟିନ୍ ସେଣ୍ଟରରେ ଥିବା ସମୟରେ ସେ ମୋବାଇଲ୍‌ ଫୋନ୍ ବ୍ୟବହାର କରିଥିଲେ ବୋଲି ପୁଲିସ କହିଛି। ଅର୍ଣ୍ଣବ ଗୋସ୍ୱାମୀ ବିଚାରବିବାଗୀୟ ହାଜତରେ ଥିବା ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଦେଖାଯାଇଥିଲା। ନଭେମ୍ବର ୪ ଗିରଫ ବେଳେ ପୁଲିସ ଅର୍ଣ୍ଣବଙ୍କ ମୋବାଇଲ ଫୋନ ଜବତ କରିଥିଲା ତେବେ ବିଚାରବିଭାଗୀୟ ହାଜତ କ୍ୱାରେଣ୍ଟାଇନରେ ସେ କିପରି ସୋସିଆଲ ମିଡିଆ ଉପଯୋଗ କରୁଥିଲେ। ଗୋସ୍ବାମୀ କେମିତି ମୋବାଇଲ୍‌ ଫୋନ୍ ପାଇଲେ ଏବଂ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ କିଏ ତାଙ୍କୁ ମୋବାଇଲ୍‌ ଫୋନ୍‌ ଯୋଗାଇ ଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ତେବେ ବିଚାରବିଭାଗୀୟ ହାଜତ କ୍ୱାରେଣ୍ଟାଇନରେ ସେ କିପରି ସୋସିଆଲ ମିଡିଆ ଉପଯୋଗ କରୁଛନ୍ତି ସେ ନେଇ ରାୟଗଡ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଏଥିରେ ଅର୍ଣ୍ଣବ କୌଣସି ସୂତ୍ରରୁ ଏକ ମୋବାଇଲ ଫୋନ ସଂଗ୍ରହ କରି ସେଥିରୁ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଜଣାପଡିଥିଲା ବୋଲି ଜନୈକ ପୁଲିସ ଅଧିକାରୀ କହିଛନ୍ତି। ଏଣୁ କ୍ୱାରେଣ୍ଟାଇନ ସେଣ୍ଟରରେ ତାଙ୍କର ଅଧିକ ଦିନ ଅବସ୍ଥାନ ହୁଏତ ବିପଦଜନକ ହେବା ଆଶଙ୍କାରେ ପୁଲିସ ତାଙ୍କୁ ରବିବାର ତଲୋଜା ଜେଲକୁ ସ୍ଥାନାନ୍ତର କରିଦିଆଯାଇଥିବା କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories