www.samajalive.in
Monday, December 8, 2025
27.1 C
Bhubaneswar

ନିରାଶ ହେଲେ ଅର୍ଣ୍ଣବ : ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ବମ୍ୱେ ହାଇକୋର୍ଟ

ମୁମ୍ବଇ : ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା’ କୁମୁଦ ନାଏକଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ପୁଣିଥରେ ନିରାଶ ହେବାକୁ ପଡିଛି। ସୋମବାର ବମ୍ବେ ହାଇକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଅପରାହ୍ନ ୩ଟାରେ ଏହି ଶୁଣାଣି କରିଥିଲେ। ଅର୍ଣ୍ଣବ ଗୋସ୍ୱାମୀଙ୍କ ତରଫରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ ପୋଣ୍ଡା ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ। ହେଲେ ହାଇକୋର୍ଟ ବେଞ୍ଚ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଅଦାଲତ ତାଙ୍କ ଆଦେଶରେ କହିଥିଲେ ଯେ ଜାମିନ ପାଇଁ ଅର୍ଣ୍ଣବ ନିମ୍ନ ଅଦାଲତ ନିକଟକୁ ଯାଇପାରିବେ। ଏହା ପରେ ଅର୍ଣ୍ଣବ ଗୋସ୍ୱାମୀ ମଧ୍ୟ ଆଲିବାଗ ଅଧିବେଶନ କୋର୍ଟରେ ଜାମିନ ଆବେଦନ କରିଥିଲେ। ଏହି ଆବେଦନକୁ ଅଧିବେଶନ କୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି।

ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ ଶେଖ ଏବଂ ନିତିଶ ସାରଦା ସେମାନଙ୍କ ବେଆଇନ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ । ଶନିବାର କୋର୍ଟ କହିଛନ୍ତି ଯେ ମାମଲା ବିଚାରାଧୀନ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଜାମିନ ପାଇଁ ତଳ କୋର୍ଟକୁ ଯିବାରେ କୌଣସି ବାରଣ ନାହିଁ। ଯଦି ଏପରି ଆବେଦନ ଦାଖଲ କରାଯାଏ, ତେବେ ଆବେଦନ ଦାଖଲ ହେବାର ଚାରି ଦିନ ମଧ୍ୟରେ ସେସନ କୋର୍ଟ ଶୁଣାଣି କରିବେ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ୟୟ ନାଏକ ଓ ତାଙ୍କ ମା’ କୁମୁଦ ନାଏକଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ଅର୍ଣ୍ଣବଙ୍କୁ ମୁମ୍ବଇ ପୁଲିସ ଗତ ବୁଧବାର ସକାଳେ ଗିରଫ କରିଥିଲା। ଅର୍ଣ୍ଣବଙ୍କୁ ଗିରଫ ପରେ ଅଲିବାଗର ଏକ ଅଦାଲତରେ ହାଜର କରାଯାଇଥିଲା । ତେବେ କୋର୍ଟ ନଭେମ୍ବର ୧୮ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଦେଇଥିଲେ । ଗୋସ୍ବାମୀ ନିଜ ଗିରଫଦାରୀକୁ ଅବୈଧ ଦର୍ଶାଇ ହାଇକୋର୍ଟରେ ଏହା ବିରୋଧରେ ଏକ ମାମଲା ଦାଏର କରିଥିଲେ । ତେବେ ଜେଲ ପରିସରରେ ପୋଲିସ ତାଙ୍କ ସହ ମାରପିଟ କରିଥିବା ନେଇ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ଅର୍ଣ୍ଣବ ।

 

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories